ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କୁ ଗୁଳି ମାରି ହତ୍ୟା, ଗୁଳିମାଡ କରି ଦୁର୍ବୃତ୍ତ ଫେରାର

Published By : Prameya-News7 Bureau | January 20, 2021 IST

ବ୍ରହ୍ମପୁର ୨୦।୧: ଗୁଳିମାଡରେ ବ୍ଲକ୍ ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ପ୍ରାୟ ୮ଟା ୪୫ମିନିଟରେ ସୁମଣ୍ଡଳ ବସଷ୍ଟାଣ୍ଡଠାରେ ଚା ପିଉଥିବା ବେଳେ ଗୁଳିମାଡ ହୋଇଛି । ୨ଟି ବାଇକରେ ୪ରୁ ୫ ଜଣ ଦୁର୍ବୃତ୍ତ ଆସି ଅତି ନିକଟରୁ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି । ଫଳରେ ଘଟଣାସ୍ଥଳରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦେବେନ୍ଦ୍ରଙ୍କର ପୂର୍ବରୁ କୌଣସି ରାଜନୈତିକ ବିବାଦ ନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.