Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ସାରୁଅରେ ଓଟିଭି ଏମଡିଙ୍କ ଜମି ଜବର ଦଖଲ ମାମଲା ମଧ୍ୟରେ ବଦଳିଲେ ବେଗୁନିଆ ତହସିଲଦାର

7/10/2020 at 10:13 PM

ଭୁବେନଶ୍ଵର ୦୭।୧୦: ଖୋର୍ଦ୍ଧା ଜିଲ୍ଲା ସାରୁଅ ଓଟିଭି ଜମି ହଡ଼ପ ମାମଲାରେ ଜାରି ରହିଛି ତନାଘନା । ଏହି ମାମଲାରେ ସତ୍ୟତା ରହିଛି ବୋଲି କହିଛନ୍ତି ଖୋର୍ଦ୍ଧା ଏଡିଏମ୍ ମନୋଜ ପାଢୀ । ପ୍ରାଥମିକ ପର୍ଯ୍ୟାୟ ତଦନ୍ତରୁ ସତ୍ୟାସତ୍ୟ ଜଣାପଡ଼ିଛି ବୋଲି ସେ କହିଛନ୍ତି । ଏହା ମଧ୍ୟରେ ବେଗୁନିଆ ତହସିଲଦାର ବିବେକାନନ୍ଦ ପରିଡ଼ାଙ୍କୁ ବଦଳି କରାଯାଇଛି। ତାଙ୍କୁ କଟକ ଜିଲ୍ଲାକୁ ଡେପୁଟି ଜିଲ୍ଲାପାଳ  ଭାବେ ବଦଳି କରାଯାଏଇଛି। ଏନେଇ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିବେକାନନ୍ଦଙ୍କ ସ୍ଥାନରେ ବେଗୁନିଆ ତହସିଲଦାର ଭାବେ ପୃଥୀରାଜ ମଣ୍ଡଳଙ୍କୁ ଦାୟିତ୍ଵ ଦିଆଯାଇଛି। ପୃଥୀରାଜ ମଣ୍ଡଳ ଏହା ପୂର୍ବରୁ ଖୋର୍ଦ୍ଧାର ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ବେଗୁନିଆ ତହସିଲଦାରଙ୍କ ବଦଳି ସୁପାରିସ କରିଥିଲେ ଜିଲ୍ଲାପାଳ। ସାରୁଅ ଜମି କେଳେଙ୍କାରୀ ମାମଲା ଚାଲିଥିବା ବେଳେ ବିବେକାନନ୍ଦ ପରିଡ଼ାଙ୍କ ବଦଳି ପ୍ରଶାସନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

ସାରୁଅର ହାଲୁରୀ ପାହାଡ଼ ସିଂ ଓ ସନାତନ ପାହାଡ଼ ସିଂ ନିଜ ଜମିକୁ ଯିବାକୁ ଓଟିଭି କର୍ତ୍ତୃପକ୍ଷଙ୍କ ପାଚେରୀ ବାଟ ଉଗାଳିଥିବା ଏବଂ ଅଭିଯୋଗ କଲେ ଗାଳିଗୁଲଜ କରୁଥିବା ଅଭିଯୋଗ କରିଥିଲେ। ଏନେଇ ସେମାନେ ବାଘମାରୀ ଥାନାରେ ଅଭିଯୋଗ କରିଥିଲେ । ତେବେ ପ୍ରାଥମିକ ପର୍ଯ୍ୟାୟ ତଦନ୍ତରୁ ସତ୍ୟାସତ୍ୟ ଥିବା କହିଛନ୍ତି ଏଡିଏମ୍ । ଗତକାଲି ପ୍ରଶାସନ ପକ୍ଷରୁ ପୁନର୍ବାର ମାପଚୁପ କରାଯାଇଥିଲା । ଅଭିଯୋଗ ହୋଇଥିବା ଜମି ସ୍ଥଳକୁ ଜଟଣୀ ଓ ବେଗୁନିଆ ଆର୍ଆଇ ପହଂଚି ମାପଚୁପ କରିଥିଲେ । ପୂର୍ବରୁ ଏହି ମାମଲାରେ ଓଟିଭି ଏମ୍ ଡି ଓ ଏତଲାକାରୀଙ୍କୁ ମଧ୍ୟ ପ୍ରଶାସନ ନୋଟିସ ଜାରି କରିଛି ।

   Related Posts