ବେଗୁନିଆରେ ପୁଣିଥରେ ବିଧାୟକଙ୍କ ସମର୍ଥକଙ୍କ ଗୁଣ୍ଡରାଜ : ସେବା ଅନୁଷ୍ଠାନର ଷ୍ଟେଜ ଓ ତୋରଣ ଭାଂଗିଥିବା ଅଭିଯୋଗ

Published By : Prameya-News7 Bureau | December 09, 2018 IST

ଖୋର୍ଦ୍ଧା ୯|୧୨: ବେଗୁନିଆରେ ପୁଣିଥରେବିଧାୟକଙ୍କ ସମର୍ଥକଙ୍କ ଗୁଣ୍ଡରାଜ ଦେଖିବାକୁ ମିଲିଛି ।

ସୂଚନା ଅନୁଯାୟୀ, ସେବା  ଅନୁଷ୍ଠାନ ପକ୍ଷରୁ ଆଜି ହେବାକୁ ଥିବା ଏକ ବଡ଼ ଧରଣର କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତୁ ଚାଲିଥିବାବେଳେ ଗତକାଲି ସଧ୍ୟାରେ  ଷ୍ଟେଜ ଓ ତୋରଣକୁ  ବିଧାୟକଙ୍କ ଗୋଷ୍ଠି  ଭଙ୍ଗାରୁଜା କରିଥିଛନ୍ତି ବୋଲି ସେବା ଅନୁଷ୍ଠାନପକ୍ଷରୁ ବେଗୁନିଆ ଥାନାରେ ଅଭିଯୋଗ ହୋଇଛି । ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଆଜି ସେବା ସଂଗଠନ ପକ୍ଷରୁ ବେଗୁନିଆରେ ଶୋଭାଯାତ୍ରା କରାଯିବା ସହିତ ବେଗୁନିଆ ଥାନା ସମ୍ମୁଖରେ ଅସହାୟମାନଙ୍କୁ କମ୍ବଳ, ଛତା, ଯୋତା ଆଦି ସାମଗ୍ରୀ ବଣ୍ଟନ କରାଯାଇଛି । ଏଥି ସହିତ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଛି । ସୁରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।  ସଂଗଠନର କାର୍ଯ୍ୟକ୍ରମକୁ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଏଭଳି ବିରୋଧକୁ ସାଧାରଣରେ ନିନ୍ଦା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.