Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପଥର ମାଫିଆଙ୍କ କବଜାରେ ବେଗୁନିଆ ପାହାଡ଼, ଗ୍ରାମ୍ୟ ଜଙ୍ଗଲରୁ ଲୁଟ୍ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ପଥର

7/10/2020 at 10:30 PM


ନୀଳଗିରି୭/୧୦: ନୀଳଗିରି ତହସିଲ ଅଧିନ ବେଗୁନିଆ ପାହାଡ଼ ଏବେ ପଥର ମାଫିଆଙ୍କ କବଜାରେ ଥିବା ଜଣାପଡିଛି।ଗ୍ରାମ୍ୟ ଜଙ୍ଗଲରୁ ଲକ୍ଷ ଲକ୍ଷ ଟଙ୍କାର ପଥର ଲୁଟ କରୁଥିବା ଦେଖିବାକୁ ମିଳିଛି। ତେବେ ରାଜସ୍ୱ ବିଭାଗ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଇନଥିବା ଅଭିଯୋଗ ଉଠିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ପଥର ଚୋରି ରୋକିବାର ନା ଧରୁନି। ସ୍ବର୍ଣ୍ଣଛୁଡ ପାହାଡ଼ ପରେ ଏବେ ବେଗୁନିଆ ଅଂଚଳରେ ଥିବା ଗ୍ରାମ୍ୟ ଜଙ୍ଗଲ କିସମରେ ଥିବା ପାହାଡ଼ଟି ଏବେ ପଥର ମାଫିଆଙ୍କ କବଜାରେ ଥିବା ଜଣାପଡିଛି। ଅଞ୍ଚଳବାସୀଙ୍କୁ ରୋଜଗାର କରିବା ଲୋଭ ଦେଖାଇ କିଛି ଗ୍ରାମବାସୀଙ୍କୁ ଲଗାଇ ପାହାଡ଼ରୁ ପଥର ତାଡି ଏହାକୁ ଗାଡ଼ିରେ ବୋଝେଇ କରି ପାଖ ସରକାରୀ ଜାଗାରେ ଗଛିତ କରୁଥିବା ଦେଖାଯାଇଛି।

ରାଜସ୍ୱ ବିଭାଗକୁ ଅନ୍ଧାରରେ ରଖିବା ପାଇଁ ଅଭିନବ ଉପାୟ ମାଫିଆମାନେ ରଚିଥିବା ଜଣାପଡିଛି। ବାଗୁଡିରୁ ସ୍ୱଳ୍ପ ପଥର ଆଣି କିଛି ପରମିଟ ସଂଗ୍ରହ କରି ଚୋରି ପଥରକୁ ଏଥିରେ ମିଶାଇ କାଗଜ କଲମରେ ସଠିକ କରିବାରେ ବ୍ୟସ୍ତ ଥିବା ସୂଚନା ମିଳିଛି। ସ୍ପଷ୍ଟ ଦିବାଲୋକରେ ଚୋରୀ ହେଇଥିବା ବେଳେ ଅଞ୍ଚଳବାସୀ ରାଜସ୍ୱ ବିଭାଗ ଆଡ଼କୁ ଆଙ୍ଗୁଳି ଉଠାଇଛନ୍ତି। ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିବା ବେଳେ ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧରଣରେ ଦାବି ହୋଇଛି। ତେବେ ଏଭଳି ଅଭିଯୋଗକୁ ତହସିଲଦାର ଅଶେଷ ନାୟକଙ୍କ ମତାମତ ନେବାପରେ ସେ ଖୁବଶୀଘ୍ର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ନେଇ ଚଢ଼ାଉ କରିବେ ବୋଲି କହିଛନ୍ତି।

   Related Posts