ବିଜୁ ଜୟନ୍ତୀରୁ ଆରମ୍ଭ, ମାର୍ଚ୍ଚ ୩୧ ସୁଦ୍ଧା ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ ବାଣ୍ଟିବେ ସରକାର
4/03/2020 at 7:45 PM

ଭୁବନେଶ୍ବର୪/୩: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ମାର୍ଚ୍ଚ ୫ରୁ ବଣ୍ଟାଯିବ ‘ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ମାର୍ଚ୍ଚ ୩୧ ସୁଦ୍ଧା ୨୦ ଲକ୍ଷ ଲୋକଙ୍କୁ ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟାଯିବ। ୫୦ଟି ନିର୍ବାଚନମଣ୍ଡଳୀରେ ମନ୍ତ୍ରୀମାନେ ଉପସ୍ଥିତ ରହି ଏହି କାର୍ଡ ବଣ୍ଟିବେ। କେଉଁ ମନ୍ତ୍ରୀ କେଉଁ ସ୍ଥାନରେ କାର୍ଡ ବାଣ୍ଟିବେ ସେନେଇ ମୁଖ୍ୟମନ୍ତ୍ରୀ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଯେଉଁମାନେ ଏହି କାର୍ଡ ପାଇବାରୁ ବଞ୍ଚିତ ହେବେ ସେମାନେ ବ୍ଲକ କାର୍ଯ୍ୟାଳୟରେ ଦରଖାସ୍ତ ଦେବେ। ତାଙ୍କ ଦରଖାସ୍ତକୁ ବିଚାରକୁ ନିଆଯାଇ କାର୍ଡ ପାଇବାକୁ ଯୋଗ୍ୟ କି ନାହିଁ ସେନେଇ ନିଷ୍ପତି ନିଆଯିବ।