Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ପୁରୀରେ ଭିକ୍ଷାବୃତ୍ତି ଉପରେ ଲାଗିବ ରୋକ, କାର୍ଯ୍ୟକାରୀ ହେବ ‘ନିଳାଦ୍ରୀ ନିଳୟ’ ଯୋଜନା

2/03/2020 at 4:32 PM

ପୁରୀ୨/୩: ପୁରୀରେ ଭିକ୍ଷାବୃତ୍ତି ଉପରେ ଲାଗିବ ରୋକ। ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ଭିକାରୀଙ୍କୁ ଥଇଥାନ କରିବା ସହ ସେମାନଙ୍କ ରହିବାର ବ୍ୟବସ୍ଥା କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ପ୍ରଥମ ଥର ପାଇଁ ‘ନିଳାଦ୍ରୀ ନିଳୟ’ ନାମରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ଏଥିରେ ଭିକାରୀମାନଙ୍କୁ ମାଗଣା ଖାଇବା, ରହିବା, ସ୍ୱାସ୍ଥ୍ୟସେବା ଏବଂ ଥଇଥାନର ସମସ୍ତ ସୁବିଧା ବୋଲି ଜିଲ୍ଲାପାଳ କହିଛନ୍ତି।

ପୁରୀରେ ଭିକ୍ଷାବୃତ୍ତିକୁ ସମ୍ପୁର୍ଣ୍ଣ ବନ୍ଦ ବନ୍ଦ କରିବାକୁ ନେଇ ଆରମ୍ଭ ହେବାକୁ ଯାଉଛି ଏକ ଅଭିନବ ପ୍ରୟାସ। ଏଥିରେ ଭିକାରୀମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୮ ଟି ପୁର୍ନବାସ କେନ୍ଦ୍ରରେ ଥଇଥାନ କରାଯିବ। ସେମାନଙ୍କୁ ମାଗଣା ଖାଇବା, ରହିବା, ସ୍ୱାସ୍ଥ୍ୟସେବା ଓ ଆବଶ୍ୟକ ହେଲେ କର୍ମ ନିଯୁକ୍ତିର ସୁଯୋଗ ମଧ୍ୟ ଦିଆଯିବ। ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଥିବା ଭିଖାରୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ସହ ନାବଳକ ଭିଖାରୀଙ୍କୁ ସିଡ଼ବ୍ଲୁସି ମାଧ୍ୟମରେ ଥଇଥାନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।

ଗତକାଲି ପୁରୀ ଜିଲ୍ଲା ପ୍ରଶାସନ ଏନେଇ ଏକ ବୈଠକ କରି ୫ଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିରେ ପ୍ରତ୍ୟେକ ଭିକାରୀଙ୍କୁ ମାସିକ ମୁଣ୍ତ ପିଛା ୩୪୦୦ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦିବ୍ୟାଙ୍ଗ, ମାନସିକ ଅନଗ୍ରସର, ବୟସ୍କ, କୁଷ୍ଠରୋଗୀ ଭିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଥଇଥାନର ବ୍ୟବସ୍ଥା କରାଯିବ।

   Related Posts