ପୁରୀ ସହର ହେବ ଭିକାରିମୁକ୍ତ- ଭିକାରୀଙ୍କୁ ମିଳିବ ଧନ୍ଦାମୂଳକ ପ୍ରଶିକ୍ଷଣ , କିନ୍ନରଙ୍କୁ ମିଳିବ ପେନସନ

Published By : Prameya-News7 Bureau | January 30, 2020 IST

ଭୁବନେଶ୍ୱର /ପୁରୀ ୩୦।୦୧ - ପୁରୀ ହେବ ଭିକାରିମୁକ୍ତ ସହର । ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ ପାଇଁ ଖୋଲାଯିବ ଧନ୍ଧାମୂଳକ ପ୍ରଶିକ୍ଷଣ କେନ୍ଦ୍ର । ପୁରୀ ସହରରୁ ପାଇଲଟ ପ୍ରୋଜେକ୍ଟ ଭାବେ ଏହା ଆରମ୍ଭ କରାଯିବ । ପରେ ଭୁବନେଶ୍ବର ସହରରେ ବି ସମାନ କାର୍ଯ୍ୟକ୍ରମ କରିବେ ସରକାର । ଏଥି ସହିତ କିନ୍ନରଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବାକୁ ସରକାରଙ୍କ ପ୍ରସ୍ତାବ ରହିଛି ।….

{"id":217861,"sizeSlug":"large"}

ଭିକାରୀଙ୍କୁ ମିଳିବ ଧନ୍ଦାମୂଳକ ପ୍ରଶିକ୍ଷଣ । କିନ୍ନରଙ୍କୁ ମିଳିବ ପେନସନ । ବରିଷ୍ଠ ନାଗରିକ ଓ ମାନସିକ ଅନଗ୍ରସର ଏବଂ କିନ୍ନରଙ୍କୁ ରହିବା ଲାଗି ସମନ୍ବିତ ପୁନର୍ବାସ ଥଇଥାନ କେନ୍ଦ୍ର ଖୋଲିବେ ରାଜ୍ୟ ସରକାର । ଏନେଇ ଖୁବ ଶିଘ୍ର ଆରମ୍ଭ ହେବ ଯୋଜନା । ଐତିହ୍ୟ ସହର ପୁରୀରୁ ଆରମ୍ଭ ହେବ ଭିକାରୀ ମୁକ୍ତ ସହରର ପାଇଲଟ ପ୍ରୋଜେକ୍ଟ । ଏହା ପରେ ରାଜଧାନୀ ଭୁବନେଶ୍ବରକୁ ଭିକାରୀ ମୁକ୍ତ ସହର କରାଯିବା ଲାଗି କାର୍ଯ୍ୟକ୍ରମ କରିବେ ସରକାର । ଭିକାରୀ ମାନଙ୍କ ଯୋଗ୍ୟତା ଅନୁସାରେ ସେମାନଙ୍କୁ ଧନ୍ଦାମୂଳକ ପ୍ରଶିକ୍ଷଣ ଦିଆଯିବ ସହ ଥଇଥାନ କରିବେ ସରକାର । ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ ପାଇଁ ଖୋଲାଯିବ ପ୍ରଶିକ୍ଷଣ କେନ୍ଦ୍ର ।  ଏଥି ସହିତ କିନ୍ନରମାନଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବାକୁ ସରକାର ସେମାନଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିପାଇଁ କିନ୍ନରଙ୍କୁ ଚିହ୍ନଟ ଆରମ୍ଭ ହୋଇଛି ।

{"id":217862,"sizeSlug":"large"}

 ବରିଷ୍ଠ ନାଗରିକ, କିନ୍ନର ଓ ମାନସିକ ଅନଗ୍ରସରଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାକୁ ସରକାର ୯ଟି ଜିଲ୍ଲାରେ ସମନ୍ବିତ ପୁନର୍ବାସ ଥଇଥାନ କେନ୍ଦ୍ର ଖୋଲିବେ । ୨୫ ଏକର ଜମିରେ ହେବାକୁ ଥିବା ଏଭଳି କେନ୍ଦ୍ରରେ ୩ଟି କଂପ୍ଲେକ୍ସ ରହିବ । ଏଥିରେ ମାନସିକ ଅନଗ୍ରସର, ବରିଷ୍ଠ ନାଗରିକ ଓ କିନ୍ନରଙ୍କ ପାଇଁ ରହିବାର ଅଲଗା ଅଲଗା ବ୍ୟବସ୍ଥା ହେବ । ପୁରୀ ଓ ଭୁବନେଶ୍ବରରୁ ଆରମ୍ଭ ହେବାକୁ ଥିବା ଏହି ପାଇଲଟ ପ୍ରୋଜେକ୍ଟ କୁ ଭିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

{"id":217863,"sizeSlug":"large"}

ଭିକାରୀ ଓ କିନ୍ନରମାନଙ୍କ ଥଇଥାନ ଲାଗି ଏହି ପ୍ରକଳ୍ପ ସଫଳ ହେଲେ ସମାଜରେ ସେମାନେ ସମ୍ମାନର ସହ ବଞ୍ଚି ପାରିବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.