Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଜଣେ ଭିକାରୀଙ୍କ ମୃତ୍ୟୁପରେ ତାଙ୍କୁ କୁଡିଆରୁ ମିଳିଲା ଏତେ ପଇସା , ଗଣିବା ପାଇଁ ଲାଗିଲା ୮ ଘଣ୍ଟା

7/10/2019 at 4:09 PM

ମୁମ୍ବଇ – ମୁମ୍ବଇର ରେଳ ଷ୍ଟେସନରେ ପାର ହେବା ବେଳକୁ ଜଣେ ଭିକାରୀ ଟ୍ରେନ ଧକ୍କାରେ ପ୍ରାଣ ହରାଇଥିଲେ । ଏହାପରେ ରେଳବାଇ ପୁଲିସ ତାଙ୍କର ପରିବାର ଲୋକଙ୍କୁ ଖୋଜିଥିଲା । ମାତ୍ର ତାଙ୍କ କୁଡିଆ ଘରେ ପହଞ୍ଚିବା ପରେ ସେଠାରେ କେହି ନ ଥିଲେ।

ତାଙ୍କ ଘରେ ବସ୍ତା ବସ୍ତା ଖୁଚୁରା ଟଙ୍କା ଓ ନୋଟ ଥିଲା । ତାକୁ ଗଣିବା ପାଇଁ ୮ ଘଣ୍ଟା ସମୟ ଲାଗିଲା । ଏହାପରେ ଭିକାରୀଙ୍କ ଘରୁ ପ୍ୟାନ କାର୍ଡ ବି ମିଳିଛି । ସେ ୮ ଲକ୍ଷ ୭୭ ହଜାର ଟଙ୍କା ସ୍ଥାୟୀ ଜମା ବା ଫିକ୍ସଡ୍‌ ଡିପୋଜିଟ୍‌ ଆକାରରେ ରଖିଛନ୍ତି ।

ଭିକାରୀ ଜଣଙ୍କର ନାମ ବିରଦୀ ଚନ୍ଦ ଆଜାଦ । ବିରଦୀ ମୁମ୍ବାଇର ଲୋକାଲ୍‌ ଟ୍ରେନ୍‌ରେ ଭିକ୍ଷାବୃତ୍ତି କରୁଥିଲେ ।
ରେଲବାଇ ପୁଲିସକୁ କୁଡୁଆ ଘରୁ ମିଳିଥିବା ଆଧାର କାର୍ଡ, ପ୍ୟାନ କାର୍ଡରେ ଦିଆଯାଇଥିବା ଠିକଣାରେ ତାଙ୍କ ପରିବାର ଲୋକଙ୍କୁ ଖୋଜିବା ପାଇଁ ଯାଇଛି ।

ପ୍ରଥମେ ବିରଦୀ ଚନ୍ଦଙ୍କ ସହ ତାଙ୍କର ପୁରା ପରିବାର ଲୋକ ରହୁଥିଲେ । ମାତ୍ର ପରେ ସେମାନେ ପଳାଇଥିଲେ । ବଞ୍ଚିବା ପାଇଁ ବିରଦୀ ଚନ୍ଦ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିଲେ ।

ଗତ କିଛଦିନ ତଳେ ଜଣେ ଭିକ୍ଷାବୃତ୍ତି କରୁଥିବା ମହିଳାଙ୍କ ଆକାଉଣ୍ଟରେ ପ୍ରାୟ ୬ କୋଟି ଟଙ୍କା ଥିବା କଥା ସାମ୍ନାକୁ ଆସିଥିଲା । ସେ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯିବାରୁ ବ୍ୟାଙ୍କର ସମସ୍ତ ନଗଦ ରାଶି ଶେଷ ହୋଇଯାଇଥିଲା ।

   Related Posts