Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

7/07/2020 at 4:30 PM

ଭୁବନେଶ୍ୱର ୦୭/୦୭ : ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ, ରୁଦ୍ରାକ୍ଷକଳ୍ପ, ରୁଦ୍ରାକ୍ଷ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ରୁଦ୍ରାକ୍ଷ ମହିମା ସମ୍ପର୍କରେ ଉଲ୍ଲେଖ ରହିଛି | ରୁଦ୍ରାକ୍ଷ ସମସ୍ତଙ୍କ ଲଭଦାୟୀ | କିନ୍ତୁ ମୁଖ ଅନୁସାରେ ଏହାର ମହତ୍ୱ ଭିନ୍ନ ଭିନ୍ନ ରହିଥାଏ | ପ୍ରତ୍ୟେକ ରୁଦ୍ରାକ୍ଷ ଉପରେ ଧାରା ରହିଥାଏ | ଧାରା ଅନୁଯାୟୀ ରୁଦ୍ରାକ୍ଷର ମୁଖ ନିର୍ଣ୍ଣୟ ହୋଇଥାଏ | ରୁଦ୍ରାକ୍ଷ ଏକମୁଖୀ ରୁ ଏକୋଇଶ ମୁଖୀ ରହିଛି |

ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଘରେ ନିୟମିତ ରୁଦ୍ରାକ୍ଷ ପୂଜା ହୋଇଥାଏ ସେଠାରେ ଅନ୍ନ, ବସ୍ତ୍ର, ଧନର ଅଭାବ ରହେନାହିଁ | ଏମିତି ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରନ୍ତି | ବିଶ୍ୱାସ ରହିଛି ଯେ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତି କିମ୍ବା ପୂଜା କରୁଥିବା ବ୍ୟକ୍ତି ଶେଷ ସମୟରେ ଶରୀରକୁ ତ୍ୟାଗ କରି ଶିବଲୋକରେ ସ୍ଥାନ ପ୍ରାପ୍ତ କରିଥାଏ | ପୁରାଣରେ ଉଲ୍ଲେଖ ରହିଛି ଯେ ସତୀଙ୍କ ଦେହ ତ୍ୟାଗରେ ଶିବ ଅତ୍ୟନ୍ତ ଦୁଖୀ ହୋଇଯାଇଥିଲେ | ଶିବଙ୍କ ଆଖିରୁ ଝରିଥିବା ଲୁହ ଯେଉଁଠାରେ ପଡିଥିଲା ସେଠାରେ ରୁଦ୍ରାକ୍ଷ ଉତ୍ପନ୍ନ ହୋଇଥିଲା | ସେଥିପାଇଁ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତିଙ୍କ ସମସ୍ତ ଦୁଃଖ ଭଗବାନ ଶିବ ହରଣ କରିନିଅନ୍ତି ବୋଲି ବିଶ୍ୱାସ ରହିଛି |

ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ରୁଦ୍ରାକ୍ଷ ଧାରଣର ଅନେକ ମହତ୍ୱ ରହିଛି | ଜ୍ୟୋତିଷଶାସ୍ତ୍ର ଅନୁସାରେ ମଣିଷ ରୋଗାକ୍ରାନ୍ତ ହେବାର ସବୁଠାରୁ ବଡ କାରଣ ଗ୍ରହମାନଙ୍କର ପ୍ରତିକୂଳତା | ରୁଦ୍ରାକ୍ଷ ଧାରଣ କରିବାରୁ ଗ୍ରହଙ୍କ ପ୍ରତିକୂଳତା ଦୂର ହୋଇଥାଏ | ଶନିଙ୍କ ସାଢେସାତି ହେଉ କିମ୍ବା ଶନି ଚନ୍ଦ୍ରମାଙ୍କୁ ପୀଡିତ କରି ଆପଣଙ୍କୁ କଷ୍ଟ ଦିଅନ୍ତୁ, ରୁଦ୍ରାକ୍ଷ ସବୁ ଦୃଷ୍ଟିରୁ ଫଳଦାୟୀ ହୋଇଥାଏ |

ଯଦି କୁଣ୍ଡଳୀରେ କଳସର୍ପ ଦୋଷ ଥାଏ ଏବଂ ଜୀବନରେ ସମସ୍ୟା ଦେଖାଦିଏ ତାହେଲେ ରୁଦ୍ରାକ୍ଷ ଧାରଣ କଲେ ଅନୁକୂଳ ଫଳ ପ୍ରାପ୍ତ ହୋଇଥାଏ | ଯଦି କୌଣସି ଶୁଭ ଦିନରେ ଗଙ୍ଗା ସ୍ନାନ କରିବାକୁ ଚାହୁଁଛନ୍ତି ଏବଂ କୌଣସି କାରଣବଶତଃ ଗଙ୍ଗାକୂଳକୁ ଯାଇ ନ ପାରନ୍ତି ତାହେଲେ ରୁଦ୍ରାକ୍ଷକୁ ମୁଣ୍ଡରେ ରଖି ଭଗବାନ ଶିବଙ୍କୁ ଧ୍ୟାନ କଲେ ଗଙ୍ଗା ସ୍ନାନର ଫଳ ପ୍ରାପ୍ତ ହୋଇଥାଏ |

(ବି:ଦ୍ର: ଉପର ଲିଖିତ ତଥ୍ୟ ସାମାନ୍ୟ ସୂଚନା ଉପରେ ଆଧାରିତ | କୌଣସି କାର୍ଯ୍ୟ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ )

   Related Posts