Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କୁ ଝଟକା, ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରୁ ଓହରିଲେ ୫ ବିଧାୟକ

28/10/2020 at 6:21 PM

ଲକ୍ଷ୍ନୌ ୨୮।୧୦:  ରାଜ୍ୟସଭା ନିର୍ବାଚନରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବସପା) ପ୍ରାର୍ଥୀ ରାମଜୀ ଗୌତମଙ୍କ ପ୍ରସ୍ତାବକ ଥିବା ଦଳର ୫ ବିଧାୟକ ବୁଧବାର ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ଅନ୍ୟପକ୍ଷରେ ଏହି ବିଧାୟକମାନେ ସମାଜବାଦୀ ପାର୍ଟି (ସପା)ର ଜାତୀୟ ସଭାପତି ଅଖିଳେଶ ଯାଦବଙ୍କୁ ଭେଟିଥିବା ଜଣାପଡିଛି। ଫଳରେ ବସପା ରାଜ୍ୟାସଭା ପ୍ରାର୍ଥୀ ଏବେ ସଂକଟରେ ପଡିଯାଇଛନ୍ତି।

କେବଳ ରାମଜୀ ଗୌତମ ହିଁ ନୁହନ୍ତି ବିଧାୟକଙ୍କ କାଣ୍ଡ ପାର୍ଟି ଲାଗି ମଧ୍ୟ ସମସ୍ୟା ସୃଷ୍ଟି କରିଛି। ସପା ଅଧ୍ୟକ୍ଷଙ୍କୁ ଭେଟିଥିବା ଏହି ବିଧାୟକମାନେ ହେଲେ ଅସଲମ ରାଇନ୍, ଅସଲମ ଚୌଧୁରୀ, ଗୋବିନ୍ଦ ଭାର୍ଗବ, ହାକିମ ସିଂ ବିନ୍ଦ ଓ ମୁଜ୍ଜତବା ସିଦ୍ଦୀକି। ଏମାନେ ରାମଜୀ ଗୌତମଙ୍କ ଲାଗି ତାଙ୍କ ପ୍ରସ୍ତାବ ପ୍ରତ୍ୟାହାର ଲାଗି ମଧ୍ୟ ଆବେଦନ କରିଛନ୍ତି।

ଗତ ଅକ୍ଟୋବର ୨୬ ତାରିଖ ଦିନ ରାମଜୀ ଗୌତମ ଦଳର ରାଜ୍ୟସଭା ପ୍ରାର୍ଥୀ ଭାବେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହ ପ୍ରାର୍ଥୀପତ୍ର ଦାଖଲ ଲାଗି ଦଳର ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ଓ ଅନ୍ୟ ଦଳୀୟ ନେତାମାନେ ମଧ୍ୟ ଯାଇଥିଲେ। ତେବେ ପ୍ରାର୍ଥୀପତ୍ରରେ ପ୍ରସ୍ତାବକ ଥିବା ୫ ଜଣ ବିଧାୟକ ସେମାନଙ୍କ ସ୍ୱାକ୍ଷର ନକଲ କରି ସେମାନଙ୍କୁ ପ୍ରସ୍ତାବକ କରାଯାଇଥିବା ଅଭିଯୋଗ କରିଛନ୍ତି।

   Related Posts