Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ମ୍ୟାଚ୍ ପୂର୍ବରୁ ମହମ୍ମଦ ସାମିଙ୍କ ପାଦ ଛୁଇଁଲେ ଦୀପକ ଚହର, ପରେ ପଞ୍ଜାବ କିଙ୍ଗ୍ସର ଘଟାଇଲେ ବ୍ୟାଟିଂ ବିପର୍ଯ୍ୟୟ

16/04/2021 at 11:11 PM

ନୂଆଦିଲ୍ଲୀ ୧୬।୦୪: ଆଇପିଏଲ୍ ୨୦୨୧ର ଅଷ୍ଟମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ପଞ୍ଜାବ କିଙ୍ଗ୍ସକୁ ୬ ଓ୍ଵିକେଟ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସର ବ୍ୟାଟସମ୍ୟାନ ବିଫଳ ହୋଇ ୮ ଓ୍ଵିକେଟ୍‌ ହରାଇ ୧୦୬ ରନ କରିଥିଲା। ଚେନ୍ନାଇ ପକ୍ଷରୁ ଦୀପକ ଚହର ଘାତକ ବୋଲିଂ କରି ମ୍ୟାଚ୍‌ର ହିରୋ ପାଲଟିଛନ୍ତି।

ସିଏସକେର ଦ୍ରୁତ ବୋଲର ଦୀପକ ଚହର ପଞ୍ଜାବର  ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେ ନିଜର ୪ ଓଭରରେ ମାତ୍ର ୧୩ ରନ ଦେଇ ୪ ଓ୍ଵିକେଟ୍ ନେଇଥିଲେ। ଚହର ମୟଙ୍କ ଅଗ୍ରଓ୍ଵାଲ, କ୍ରିସ୍ ଗେଲ୍, ନିକୋଲାସ ପୁରନ ଓ ଦୀପକ ହୁଡ୍ଡାଙ୍କ ଗୁରୁତ୍ଵପୂର୍ଣ୍ଣ ଓ୍ଵିକେଟ୍ ହାସଲ କରିଥିଲେ। ଆଇପିଏଲ୍‌ରେ ଚହରଙ୍କ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। କେବଳ ଏତିକି ନୁହେଁ ଚହର ନିଜ ବୋଲିଂ କୋଟାର ଶେଷ ଓଭର ମେଡେନ ଫିଙ୍ଗିଥିଲେ।

ଏହା ମଧ୍ୟରେ ଦୀପକ ଚହରଙ୍କ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଫଟୋରେ ଦୀପକ ଚହର ପଞ୍ଜାବ କିଙ୍ଗ୍ସର ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପାଦ ଛୁଉଁଛନ୍ତି। ଏହି ଦୃଶ୍ୟ ମ୍ୟାଚ୍ ପୂର୍ବର। ଲୋକେ ପ୍ରତିକ୍ରିୟା ଦେଇଛନ୍ତି ଯେ, ସାମିଙ୍କ କାରଣରୁ ଚହର ଏହି ଦମଦାର ପ୍ରଦର୍ଶନ କରିଛନ୍ତି।

ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ଚେନ୍ନାଇ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍  ହରାଇ ୧୦୬ ରନ କରିଥିଲେ। ଦଳ ପକ୍ଷରୁ ଶାହରୁଖ ଖାନ ସର୍ବାଧିକ ୪୭ ରନ କରିଥିଲେ। ବାକି ବ୍ୟାଟସମ୍ୟାନ ବିଫଳ ହୋଇଥିଲେ। ଦୀପକ ଚହର ୧୩ ରନରେ ୪ ଓ୍ଵିକେଟ୍ ନେଇ ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।

   Related Posts