Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ବିଧାନସଭା ନିର୍ବାଚନ ପୂର୍ବରୁ ଚନ୍ନୀଙ୍କ ବଡ଼ ଘୋଷଣା, ୧୮୦୦ କୋଟି ଟଙ୍କାର ପାଣି ବିଲ୍‌ ଛାଡ଼

18/10/2021 at 5:04 PM

ଚଣ୍ଡିଗଡ଼ ୧୮/୧୦: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ସରକାର ରାଜ୍ୟର ଲୋକମାନଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଆଗାମୀ ବର୍ଷ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ସରକାରଙ୍କ ଏହା ବଡ଼ ଘୋଷଣା। ରାଜ୍ୟରେ ବକେୟା ପାଣି ବିଲ୍‌ ମାଫ କ​‌ଲେ ରାଜ୍ୟ ସରକାର। ଏହା ବ୍ୟତୀତ ଚନ୍ନୀଙ୍କ ମନ୍ତ୍ରିମଣ୍ଡଳ ଗ୍ରୁପ୍‌-ଡି ପଦରେ ନିୟମିତ ନିଯୁକ୍ତି କରାଇବାକୁ ନେଇ ନିଷ୍ପତ୍ତି ନେଇଛି।

ସୋମାବର ଚରଣଜିତ ସିଂହ ଚନ୍ନୀଙ୍କ ସରକାର ଗାଁ ଏବଂ ସହରରେ ରହୁଥିବା ଲୋକମାନଙ୍କୁ ବଡ଼ ଆଶ୍ବସ୍ତି ଦେବା ସହ ବାକି ଥିବା ପାଣି ବିଲ୍‌ ଛାଡ଼ କରିଛନ୍ତି। ଏହି ଘୋଷଣା ଦ୍ବାରା ରାଜ୍ୟ ସରକାରଙ୍କ ଉପରେ ଅତିରିକ୍ତ ପାଖାପାଖି ୧୮୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଏହା ସହ ପାଣି ଶୁଳ୍କ ବାବଦକୁ ମାସିକ ୫୦ ଟଙ୍କା ଧାର୍ଯ୍ୟ କରିବା ଉପରେ ଚନ୍ନୀଙ୍କ କ୍ୟବିନେଟ୍‌ ମୋହର ମାରିଛି।

କ୍ୟାବିନେଟ୍‌ ବୈଠକର ଅଧ୍ୟକ୍ଷତା କରିବା ପରେ ଚରଣଜିତ ଚନ୍ନୀ କହିଛନ୍ତି, ‘ଆମେ ସସମ୍ତ ସହରରେ ୭୦୦ କୋଟି ଟଙ୍କାର ପାଣି ବିଲ୍‌ ମାଫ କରୁଛୁ। କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି ଜଳ ଯୋଗାଉଥିବା ଟ୍ୟୁବଓ୍ବେଲ୍‌ ପରିଚାଳନା ପାଇଁ ବ୍ୟବହୃତ ବିଜୁଳୀ ବିଲ୍‌ ସରକାର ଦେବେ। ଗ୍ରାମାଞ୍ଚଳରେ ବକେୟା ପଡ଼ିଥିବା ପାଣି ବିଲ୍‌ ମଧ୍ୟ ଛାଡ଼ କରାଯିବ। ଏହା ପାଖାପାଖି ୧୧୬୮ କୋଟି ଟଙ୍କା ହେବ।’  

   Related Posts