Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଳାହାଣ୍ଡିରେ ମମିତା ତାତି, ଜୁନାଗଡରେ ବିଜେଡିର ଶକ୍ତି ପ୍ରଦର୍ଶନ

7/11/2021 at 10:59 PM

ଭବାନିପାଟଣା/ଭୁବନେଶ୍ଵର ୦୭।୧୧: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । ଗସ୍ତ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭାବେ ସରକାରୀ ଥିଲେ ହେଁ  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ବିଜେଡି ମିଶ୍ରଣ ପର୍ବ ଆୟୋଜନ କରି ନିଜ ଶକ୍ତି ପ୍ରଦର୍ଶନ କରିଛି।

ଆଜି କଂଗ୍ରେସ ମମିତା ମେହେରଙ୍କ ଆତ୍ମା ସତଗତି ପାଇଁ ଜିଲ୍ଲାବ୍ୟାପୀ ୨ ମିନିଟ ନିରବ ପ୍ରାର୍ଥନା ସହ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଜନତା କର୍ଫ୍ୟୁ ପାଇଁ ଜନସାଧାରଣଙ୍କୁ ଅପିଲ କରିଛି । ସେହିପରି ବିଜେପି ମନ୍ତ୍ରୀଙ୍କ ଗସ୍ତ ସମୟରେ ଇସ୍ତଫା ଦାବିରେ କଳାପତାକା ଦେଖାଇ ଜୋରଦାର ବିରୋଧ ଜାରି ରଖିଛି।

ଠିକ ଏହି ସମୟରେ ମମିତା ମେହେରଙ୍କ ବାପା ଓ ମାଁ ମମିତାଙ୍କ ହତ୍ୟା ଘଟଣାରେ ରାଜନୀତି ନ କରିବା ସହ ଗୋବିନ୍ଦ ସାହୁ ସହ ମମିତା ମନ୍ତ୍ରୀଙ୍କ ଘର ରାୟପୁର ଯାଇଥିବା ବିରୋଧୀଙ୍କ ବୟାନକୁ ନାପସନ୍ଦ କରି ହାତ ଯୋଡି ବିରୋଧ କରିଛି । ଏପରିକି ସରକାର ଉପରେ ଓ ପୋଲିସ ତଦନ୍ତରେ ସନ୍ତୁଷ୍ଟ ଥିବା ଭିଡିଓ ବାର୍ତ୍ତାରେ ନିବେଦନ କରିଛି । ଯାହା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ବିରୋଧୀଙ୍କୁ ଅଡୁଆରେ ପକାଇଛି।

ଅନ୍ୟପକ୍ଷରେ ବିଜେଡିର ରାଜ୍ୟ ସାଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବ।ଚନ ମଣ୍ଡଳୀ ଜୁନାଗଡ ବଜାର ପଡିଆରେ ମିଶ୍ରଣ ପର୍ବରେ ହଜାର ହଜାର ସମର୍ଥକଙ୍କ ଗହଣରେ ଅନ୍ୟ ପାର୍ଟି ରୁ ଆସିଥିବା ଲୋକଙ୍କୁ ସାମିଲ କରି ନିଜ ଜନାଧାର ପ୍ରଦର୍ଶନ କରିଛନ୍ତି। ମମିତା ମେହେର ହତ୍ୟା ମାମଲାରେ ବିରୋଧୀଙ୍କ ମମିତାଙ୍କୁ ନ୍ୟାୟ କମ ରାଜନୀତି ବେଶୀ ଯାହା ପଚାଂୟତ ନିର୍ବାଚନରେ ଜନତା ଦେବେ ବୋଲି ବିଜେଡି ନିଜ ମତ ଦେଇଛି ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ପୂର୍ବରୁ ବିରୋଧୀଙ୍କ ବିରୋଧ ଆଶଙ୍କାରେ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚରେ ଆସନ ମିଳିବ କି ନାହିଁ ତାକୁ ଜାରି ରହିଛି ସସପେନ୍ସ।

   Related Posts