ଖରାପ କିମ୍ବା ଭଲ ସମୟ ଆସିବା ପୂର୍ବରୁ ଝିଟିପିଟି ଦେଇଥାଏ ଏହି ସଂକେତ

Published By : Prameya-News7 Bureau | January 29, 2019 IST

ଝିଟିପିଟି ଏମିତି ଏକ ଜୀବ ଯିଏ ଆମକୁ ଆମର ଖରାପ ଏବଂ ଭଲ ସମୟର ସଂକେତ ଦେଇଥାଏ । ଯଦି ଆପଣଙ୍କୁ ମଧ୍ୟ ଝିଟିପିଟି ମାଧ୍ୟମରେ ଏମିତି କିଛି ସଂକେତ ମିଳୁଥାଏ ତେବେ ଆପଣ ତାକୁ ଅଣଦେଖା କରନ୍ତୁ ନାହିଁ । ତାହା ଆପଣଙ୍କ ପାଇଁ ଶୁଭ ହୋଇଥାଇପାରେ ଅଥବା ଅଶୁଭ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା ଝିଟିପିଟି ମାଧ୍ୟମରେ ଏମିତି କଣ ସଂକେତ ମିଳିଥାଏ ଯାହା ଆମର ଖରାପ କିମ୍ବା ଭଲ ସମୟର ସଂକେତ ହୋଇଥାଏ ।

{"id":79422,"width":583,"height":378}
wp:list
  • ଯଦି ଆପଣ କୌଣସି କାମରେ ବାହାରକୁ ଯାଇଛନ୍ତି, ଘରକୁ ଫେରିଆସିବା ସମୟରେ ଘରର କବାଟ ଖୋଲା ହେବା ବେଳେ ଆପଣ ଝିଟିପିଟିକୁ ଦେଖନ୍ତି । ତେବେ ଆପଣ ଜାଣିନିଅନ୍ତୁ ଯେ ଏହି ସଂକେତ ଆପଣଙ୍କ ପାଇଁ ଖୁବ୍ ଭଲ । ନିକଟ ଭବିଷ୍ୟତରେ ଆପଣଙ୍କର କିଛି ଭଲ କାମ ହେବାକୁ ଯାଉଛି ।
/wp:list wp:list
  • ଯଦି ଆପଣ କୌଣସି ସ୍ଥାନରେ ଫ୍ଲାଟ୍ କିମ୍ବା ଘର ନେଇଛନ୍ତି । ସେଠାରେ ରହିବାକୁ ଯିବାବେଳେ ଦେଖୁଛନ୍ତି ଘରେ ଝିଟିପିଟିଟିଏ ମରିପଡିଛି । ତେବେ ଏହାକୁ ଅଣଦେଖା କେବେହେଲେ କରନ୍ତୁନାହିଁ । ସେହି ଘରେ ରହିବା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । କାରଣ ଝିଟିପିଟି ମରିବା ଅଶୁଭ ସଂକେତ ହୋଇଥାଏ ।
/wp:list wp:list
  • ଯଦି କୌଣସି ସମୟରେ ଝିଟିପିଟି ଆପଣଙ୍କ ମୁଣ୍ଡ ଉପରେ ପଡିଯାଏ ତେବେ ଆଦୌ ଭୟ କରନ୍ତୁନାହିଁ । କାରଣ ଏପରି ହେବା ଏକ ଶୁଭ ସଂକେତ ହୋଇଥାଏ । ଏହା ଆପଣଙ୍କୁ ଶୁବ୍ ଶୀଘ୍ର ଅଧିକ ଧନ ପ୍ରାପ୍ତ ହେବାର ସଂକେତ ହୋଇଥାଏ ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.