Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

୨୦୨୨ ବୋର୍ଡ ପରୀକ୍ଷା ପୂର୍ବରୁ ସିବିଏସଇ ପରୀକ୍ଷାର୍ଥୀଙ୍କୁ ମିଳିଲା ବଡ ଆଶ୍ଵସ୍ତି

12/07/2021 at 6:51 PM

ନୂଆଦିଲ୍ଲୀ ୧୨।୦୭: ସିବିଏସଇ ଛାତ୍ର-ଛାତ୍ରୀଙ୍କ ବଡ ଖବର। ଆସନ୍ତା ବର୍ଷ ଅର୍ଥାତ ୨୦୨୨ରେ ହେବାକୁ ଥିବା ବାର୍ଷିକ ପରୀକ୍ଷା ପୂର୍ବରୁ କମିଲା ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ସିଲାବସ। ସେହି ପରି ଅନ୍ୟ ବିଷୟର ସିଲାବସ୍‌ ମଧ୍ୟ ହ୍ରାସ କରିଛି କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏଗଜାମିନେସନ(ସିଆଇଏସସିଇ)। ଏଥିରେ ଛାତ୍ର-ଛାତ୍ରୀଙ୍କ ମିଳିଛି ବଡ ଆଶ୍ଵସ୍ତି। ଏଥିସହ ଆଇସିଏସଇ ଦେଶର ପ୍ରଥମ ବୋର୍ଡ ହୋଇଛି ଯିଏ ସର୍ବ ପ୍ରଥମେ ନିଜର ସିଲାବସ ହ୍ରାସ କରିଛି।

ସିଆଇସିଏସଇର ଆନୁଷ୍ଠାନିକ ଓ୍ଵେବସାଇଟ୍‌ରେ ଜାରି ବିଜ୍ଞପ୍ତି ଅନୁଯାୟୀ,  ଶିକ୍ଷା ବର୍ଷ ୨୦୨୧-୨୨ ପାଇଁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀରେ ମୋଟ୍ ୨୭ ବିଷୟର ପାଠ୍ୟଖସଡା କମ କରାଯାଇଛି। ଏବେ ଏହି ସିଲାବସ ଆଧାରରେ ଆଇସିଏସଇ ଦଶମ ଏବଂ ଆଇଏସସି ଦ୍ଵାଦଶ ବୋର୍ଡ ପରୀକ୍ଷା ୨୦୨୨ର ଆୟୋଜନ କରାଯିବ। ଏବେ ନିକଟରେ ଇଂରାଜୀ ଏବଂ ମାତୃଭାଷାର ସିଲାବସ୍ କମ କରାଯାଇଥିଲା।

କାଉନସିଲ୍ ଦ୍ଵାରା ଜାରି ସର୍କୁଲାର ଅନୁଯାୟୀ, ମହାମାରୀ କାରଣରୁ ସ୍କୁଲ ବନ୍ଦ ରହିବାରୁ ସିଲାବସ ପୁରା କରିବା ବହୁତ ମୁସ୍କିଲ ହୋଇ ପଡିଛି। ଏଥିପାଇଁ ଦଶମ ଓ ଦ୍ଵାଦଶ ଶ୍ରେଣୀର ବିଭିନ୍ନ ବିଷୟର ସିଲାବସ୍‌ର ସମୀକ୍ଷା କରାଯାଇଛି। ଏବେ ଆହୁରି ବିଷୟର ସିଲାବସ କମ କରାଯିବ।

   Related Posts