ଭଲ ସମୟ ଆରମ୍ଭ ହେବା ପୂର୍ବରୁ ଭଗବାନ ଦେଇଥାଆନ୍ତି ୩ଟି ଶୁଭ ସଙ୍କେତ : ଜାଣନ୍ତୁ ଆପଣଙ୍କୁ ବି ମିଳିନି ତ?
15/02/2019 at 3:39 PM

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ କେବେ ବି ଖରାପ ସମୟ ବିଷୟରେ ଭାବିନଥାଏ। ସେ ଚାହିଁଥାଏ ତା ଜୀବନରେ ସବୁବେଳେ ଭଲ ସମୟ ଆସୁ,ସେ ସବୁବେଳେ ଖୁସିରେ ରହୁ। କିନ୍ତୁ ମନୁଷ୍ୟଙ୍କ ଜୀବନରେ ସବୁବେଳେ ଭଲ ଏବଂ ଖରାପ ସମୟ ଆସିଥାଏ।
ସେ ଯେତେ ଚେଷ୍ଟା କଲେ ମଧ୍ୟ ଭଲ ସମୟ ସବୁବେଳେ ଆସିନଥାଏ। କିନ୍ତୁ ଯେତେବେଳେ ସୁଖ ଆସିଥାଏ ସେତେବେଳେ ଭଗବାନ ଆପଣଙ୍କୁ କିଛି ନା କିଛି ସଙ୍କେତ ଦେଇଥାଆନ୍ତି। ତାହେଲେ ଆସନ୍ତୁ ଜାଣିବା ସେହି ସଙ୍କେତ ଗୁଡ଼ିକ ବିଷୟରେ

ଯଦି ଆପଣ ସକାଳୁ ସକାଳୁ କୈାଣସି କାର୍ଯ୍ୟ ପାଇଁ ଘରୁ ବାହାରୁଛନ୍ତି ତେବେ ଆପଣଙ୍କୁ ଯଦି ବୁଢ଼ିଆଣୀ ଜାଲ ବୁଣୁଥିବା ଦେଖିବାକୁ ମିଳେ ଏହା ଏକ ଭଲ ସଙ୍କେତ ହୋଇଥାଏ। ଏହା ଦେଖିବା ଦ୍ବାରା ବ୍ୟକ୍ତିର କାର୍ଯ୍ୟ ପୂରଣ ହୋଇଥାଏ।

ଯଦି ଆପଣ କୈାଣସି ବିଶେଷ କାର୍ଯ୍ୟ ପାଇଁ କୈାଣସି ସ୍ଥାନକୁ ଚାକିରୀ ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ତେବେ ହଠାତ୍ ଆପଣଙ୍କ ସାମନାରେ କୈାଣସି ଗାଈ କିମ୍ବା ନଡ଼ିଆ ଦେଖିବାକୁ ମିଳେ ତେବେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ହୋଇଥାଏ। ଏହା ଦ୍ବାରା ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିଥାଏ।

ଯଦି ଆପଣ କୈାଣସି ମନ୍ଦିରରେ ପୂଜା କରିବାକୁ ବସିଥିବେ ଏବଂ ଦେବତାଙ୍କୁ ଅର୍ପଣ କରାଯାଇଥିବା ଫୁଲ ହଠାତ୍ ଆପଣଙ୍କ କୋଳରେ କିମ୍ବା ଆପଣଙ୍କ ସାମନାରେ ପଡ଼ିଯାଏ ତେବେ ଏହା ଅତ୍ୟନ୍ତ ଲାଭଦାୟକ ସଙ୍କେତ ହୋଇଥାଏ। ଏପରି କୁହାଯାଇଥାଏ, ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାଆନ୍ତି ଏବଂ ଆପଣଙ୍କ ମନସ୍କାମନା ଅତି ଶୀଘ୍ର ପୂରଣ ହୋଇଥାଏ। ଏବଂ ଧନ ଲାଭ ମଧ୍ୟ ହୋଇଥାଏ।
