ବିଛଣାକୁ ଯିବା ପୂର୍ବରୁ ପୁରୁଷମାନେ ଦୁଇଟି ଅଙ୍ଗରେ ଲଗାନ୍ତୁ ଏହି ତେଲ , ଦେଖିବେ କମାଲ

Published By : Prameya-News7 Bureau | December 31, 2018 IST

ଆପଣମାନେ ଶରୀରସୁସ୍ଥ ରଖିବା ପାଇଁ ବିଭିନ୍ନ ହର୍ବାଲ ଜିନିଷର ବ୍ୟବହାର କରୁଛନ୍ତି । ଆଜି ଆପଣଙ୍କୁ ଯେଉଁ ତେଲ ବାବଦରେ କହିବୁ, ତାହା କୌଣସି ହର୍ବାଲ ନୁହେଁ କିମ୍ବା ଯୋଗାଡ଼ କରିବାକୁ କିଛି କଷ୍ଟ ପଡ଼ିବ ନାହିଁ । ଏହା ଆପଣଙ୍କ ହାତ ପାହାନ୍ତାରେ ମିଳିଯିବ । ସବୁଠୁ ବଡ଼ କଥାହେଲା ଏହାର ଉପଯୋଗ ଜାଣି ବ୍ୟବହାର କରିବା ଆବଶ୍ୟକ ।

{"id":69285}

ଆଜି ଆମେ ଯେଉଁ ତେଲ କଥା କହୁଛୁ, ତାହା ହେଲା ସୋରିଷତେଲ । ସମସ୍ତେ ପ୍ରାୟ ରୋଷେଇରେ ସନଫ୍ଲାଓ୍ଵାର, ପାମୋଲିନ ଭଳି ସୋରିଷ ତେଲକୁ ବ୍ୟବହାର କରିଥାନ୍ତି । ରୋଷେଇକୁ ଛାଡ଼ି ପ୍ରାୟ ଅନ୍ୟକାମରେ ଏହି ତେଲର ବ୍ୟବହାର କମ୍ କରାଯାଇଥାଏ ।

ଜାଣିବେ ତ ଏହିତେଲର ଉପକାରିତା, ଆପଣ ବି ସବୁଦିନ ବ୍ୟବହାର କରିବାକୁ ଭୁଲିବେ ନାହିଁ ।

{"id":69286,"width":588,"height":392}

ସୋରିଷତେଲରେ ୬୦ପ୍ରତିଶତ ମନୋ ଅନସେଚୁରେଟେଡ଼ ଫେଟ ଏସିଡ଼ ଥାଏ । ଯାହାକି ୪୨ ପ୍ରତିଶତ ଇରୁସିକ ଏସିଡ଼,୧୨ ପ୍ରତିଶତ ଅଲେକ ଏସିଡ଼ ଓ ୨୧ପ୍ରତିଶତ ପିଲୋଅନ ସେଚୁରେଟେଡ଼ ଏସିଡ଼ ରହିଥାଏ ।

ଏହିତେଲକୁ ଦୁଇଟି ଅଙ୍ଗରେ ବ୍ୟବହାର କରନ୍ତୁ ତ , ଜାଣିବେ ଏହାର ଚମତ୍କାରିତା ।

ସୋରିଷତେଲକୁ ଶୋଇବାପୂର୍ବରୁ ପାଦରେ ମାଲିସ କରନ୍ତୁ । ଏହାଦ୍ଵାରା ଆଖିତଳ କଳାପଡ଼ିବାରୁ ରୋକିବା ସହ ଆଖିର ତେଜ ବଢ଼ିଯିବ । ରାତରେ ନିଦ କମ ହେଉଥିବା ଲୋକମାନଙ୍କ ପାଇଁ ବହୁତ ଉପକାରୀ । ସୋରିଷତେଲ ପାଦରେ ମାଲିସ କରି ଶୋଇଲେ ଭଲ ନିଦ ହେବା ସହିତ ଶରୀରକୁ ମଜବୁତ କରିବ ।

ସୋରିଷତେଲକୁ ନାଭିରେ ଦେଇ ଶୋଇବାର ମଧ୍ୟ ଅନେକ ଉପକାରିତା ଅଛି । ଓଠ, ହାତ ଗୋଡ଼ ଫାଟିବାରୁ ରକ୍ଷା କରିବା ସହ ଓଠକୁ ନରମ ଓ ମୁଲାୟାମ କରିବାର ସାହାର୍ଯ୍ୟ କରିବ । ଏହା ସହିତ ପେଟର ଅନ୍ୟକ୍ରିୟା ମଧ୍ୟ ସୁଚାରୁ ରୂପେ ସଂପାଦନା କରିବ ।

ଆଜିଠାରୁ କେବଳ ରୋଷେଇରେ ସୋରିଷତେଲ ବ୍ୟବହାର ନକରି ନିଜ ଶରୀରକୁ ସୁସ୍ଥ ରଖିବାକୁ ବ୍ୟବହାର କରନ୍ତୁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.