Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଇରଫାନ ଖାନ ଓ ଋଷି କପୁରଙ୍କ ପୂର୍ବରୁ କ୍ୟାନସରରେ ପ୍ରାଣ ହରାଇଛନ୍ତି ଏହି ୫ଜଣ କଳାକାର

4/05/2020 at 7:22 PM

ମୁମ୍ବାଇ ୦୪/୦୫ : ଲଗାତାର ଦୁଇ ଦିନରେ ବଲିଉଡର ଦୁଇ ଜଣ ଦକ୍ଷ କଳାକାରଙ୍କ ଦେହାନ୍ତ ହୋଇଛି | ୨୪ ଘଣ୍ଟା ମଧ୍ୟରେ ଦୁଇ ଅଭିନେତାଙ୍କ ନିଧନରେ ସାରା ବଲିଉଡରେ ଶୋକର ଛାୟା ଖେଳି ଯାଇଛି | ବୁଧବାର ଦିନ ଅଭିନେତା ଇରଫାନ ଖାନ ୫୩ ବର୍ଷ ବୟସରେ ପ୍ରାଣ ହରାଇଥିବାବେଳେ ପରବର୍ତ୍ତୀ ଦିନ ଅର୍ଥାତ ଗୁରୁବାର ଦିନ ଋଷି କପୁର ୬୭ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି | ଏହି ଦୁଇ ଅଭିନେତାଙ୍କ ପୂର୍ବରୁ ବଲିଉଡର ଆଉ ୫ଜଣ କଳାକାର ମଧ୍ୟ କ୍ୟାନସରରେ ପ୍ରାଣ ହରାଇଛନ୍ତି |


ଜାଣନ୍ତୁ ସେହି ୫ ଜଣ କଳାକାର କିଏ :
ବଲିଉଡର ଭେଟେରାନ ଅଭିନେତା ବିନୋଦ ଖାନ୍ନାଙ୍କ ୨୦୧୭ ମସିହା ଏପ୍ରିଲ ୨୭ ତାରିଖରେ ଦେହାନ୍ତ ହୋଇଥିଲା | ସେ ମଧ୍ୟ କ୍ୟାନସରରେ ପୀଡିତ ଥିଲେ | ୭୦ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା | ସେ ବହୁତ ଦିନରୁ ଅସୁସ୍ଥ ଥିଲେ | ଅସୁସ୍ଥତା ଯୋଗୁଁ ସେ ଅଭୁତ ଦିନ ଯାଏଁ ହସ୍ପିଟାଲରେ ଭର୍ତ୍ତି ଥିଲେ |


ସଞ୍ଜୟ ଦତ୍ତଙ୍କ ମତ ନର୍ଗିସ ମଧ୍ୟ କ୍ୟାନସରରେ ପୀଡିତ ଥିଲେ | ୧୯୮୧ ମସିହା ମେ ୩ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | କ୍ୟାନସରରେ ପୀଡିତ ଥିବା ସମୟରେ ଆମେରିକାରେ ବହୁତ ଦିନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଥିଲା | ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ |


ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ମଧ୍ୟ କ୍ୟାନସରରେ ପୀଡିତ ଥିଲେ | ଅନେକ ଦିନ ପର୍ଯ୍ୟନ୍ତ ଜୀବନ ସହ ସଂଗ୍ରାମ କରିବା ପରେ ୨୦୧୨ ମସିହା ଜୁଲାଇ ୧୮ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ମୃତ୍ୟୁ ସମୟରେ ରାଜେଶ ଖାନ୍ନାଙ୍କୁ ୬୯ ବର୍ଷ ବୟସ ହୋଇଥିଲା |

ବଲିଉଡର ଆଉ ଜଣେ ଦକ୍ଷ କଳାକାର ଫିରୋଜ ଖାନ ମଧ୍ୟ କ୍ୟାନସରରେ ପୀଡିତ ଥିଲେ | ସେ ଫୁସଫୁସ କ୍ୟାନସରରେ ପୀଡିତ ଥିଲେ | ୨୦୦୯ ମସିହାରେ ୬୯ ବର୍ଷ ବୟସରେ ସେ ଜୀବନ ଯୁଦ୍ଧରେ ହାରିଯାଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |


ଡିମ୍ପଲ କାପଡ଼ିଆଙ୍କ ସାନ ଭଉଣୀ ସିମ୍ପଲ କାପଡ଼ିଆ ମଧ୍ୟ କ୍ୟାନସରରେ ପୀଡିତ ଥିଲେ | ୩ ବର୍ଷ ଯାଏଁ ସେ କ୍ୟାନସର ସହ ସଂଗ୍ରାମ କରିଥିଲେ | ଶେଷରେ ୨୦୦୯ ମସିହା ନଭେମ୍ବର ୧୦ ତାରିଖରେ ୫୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |

   Related Posts