ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ : ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀ ଓଡିଆଙ୍କ କରୋନା ଟେଷ୍ଟ ନେଗେଟିଭ୍ ଆସିବା ଦରକାର, ପଜିଟିଭ୍‌ଙ୍କୁ ମନା

Published By : Prameya-News7 Bureau | May 07, 2020 IST

କଟକ ୭।୫ : ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବାହାର ରାଜ୍ୟରୁ ଫେରିବା ପୂର୍ବରୁ ପ୍ରଥମେ ପ୍ରବାସୀ ଓଡିଆମାନଙ୍କର ଟେଷ୍ଟ କରାଯାଉ ବୋଲି ହାକୋର୍ଟ ସଫା ସଫା ଶୁଣାଇଦେଇଛନ୍ତି । ରିପୋର୍ଟ ନେଗେଟିଭ୍ ଆସିଲେ ସେମାନଙ୍କୁ ରାଜ୍ୟକୁଫେରାଇ ଅଣାଯାଇ ପାରିବ ବୋଲି କୋର୍ଟ କହିଛନ୍ତି ।

ହାଇକୋର୍ଟରେ ଦାଏର ହୋଇଥିବା ଏକ ପିଆଇଏଲ୍‌ ଉପରେ ଆଜି ହାଇକୋର୍ଟ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ତେବେ ବାହାର ରାଜ୍ୟରୁ ଏଭଳି ଭାବେ ସମସ୍ତଙ୍କୁ ଆଣିଲେ ସମସ୍ୟା ହେବ ବୋଲି ପିଆଇଏଲରେ ଅଭିଯୋଗ ହୋଇଥିଲା । ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନାଙ୍କ ଦ୍ବାରା ଏହି ପିଆଇଏଲ୍ ଦାଖଲ କରାଯାଇଥଥିଲା ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟ ବାହାରୁ ଫେରିଥିବା ଅଧିକାଂଶ ପ୍ରବାସୀ ଓଡିଆ କରୋନା ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.