HDFC ବ୍ୟାଙ୍କ ସେୟାର ବିକିଲେ ଆଦିତ୍ୟପୁରୀ, ଅକ୍ଚୋବର ନେବେ ଅବସର

Published By : Prameya-News7 Bureau | July 26, 2020 IST

ମୁମ୍ବାଇ ୨୬।୭: ଏଚଡିଏଫସି ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ (ଏମଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦିତ୍ୟପୁରୀ ବ୍ୟାଙ୍କରେ ଥିବା ତାଙ୍କର ୭୪.୨ ଲକ୍ଷ ସେୟାର ବିକିଛନ୍ତି। ବ୍ୟାଙ୍କରେ ଥିବା ତାଙ୍କ ସେୟାରର ଏହା ଅନୁନ୍ୟ ୯୫ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି। ଗତ ସପ୍ତାହ ଅର୍ଥାତ ଜୁଲାଇ ୨୧ରୁ ୨୩ ତାରିଖ ମଧ୍ୟରେ ସେ ଏହି ସବୁ ସେୟାର ସେ ବିକିଥିବାବେଳେ ଏଥିରୁ  ୮୪୨.୮୭ କୋଟି ଟଙ୍କା ପାଇଛନ୍ତି।

ଏକ୍ସଚେଞ୍ଜ ତଥ୍ୟ ମୁତାବକ ପୁରୀଙ୍କ ନିକଟରେ ବ୍ୟାଙ୍କର ୦.୧୪ ପ୍ରତିଶତ (୭୭.୯୬ ଲକ୍ଷ ସେୟାର) ଅଂଶିଦାରୀ ଥିଲା। ତେବେ ତାଙ୍କର ଏହି ବିକ୍ରି ପରେ ସେ ବ୍ୟାଙ୍କର ଏବେ  ମାତ୍ର ୦.୧ ପ୍ରତିଶତ ଅଂଶର ଧାରକ ଅଛନ୍ତି। ତେବେ ପୁରୀ ଏପରି ଏକ ସମୟରେ ବ୍ୟାଙ୍କରେ ଥିବା ତାଙ୍କ ଭାଗିଦାରୀ ବିକିଛନ୍ତି ଯେତେବେଳେ ସେ ବ୍ୟଙ୍କର ସର୍ବୋଚ୍ଚ ପଦବୀରୁ ଅବସର ନେବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବର ମାସରେ  ବ୍ୟାଙ୍କର ପଦପଦବୀରୁ ପୁରୀ ଅବସର ଗ୍ରହଣ କରିବେ। ତେବେ ଅବସର ପରେ ସେ ବ୍ୟାଙ୍କର ପରାମର୍ଶଦାତାଙ୍କ ମଧ୍ୟରେ ଜଣେ ରହିବେ ବୋଲି ଜଣାପଡିଛି।

୧୯୯୪ ମସିହାରେ ସ୍ଥାପିତ ଏଚଡିଏଫସି ବ୍ୟାଙ୍କ ଦେଶର ଅନ୍ୟତମ ଘରୋଇ ବ୍ୟାଙ୍କମାନଙ୍କ ମଧ୍ୟରେ ଅନ୍ୟତମ ଓ ପ୍ରମୁଖ। ସ୍ଥାପନା ଠାରୁ ଏପର୍ଯ୍ୟନ୍ତ ବ୍ୟାଙ୍କକୁ ଦେଶର ସର୍ବ ବୃହତ୍ତ ବ୍ୟାଙ୍କରେ ପରିଣତ କରିବାର ସମସ୍ତ ଶ୍ରେୟ ପୁରୀଙ୍କୁ ଦିଆଯାଇପାରେ। ଏବେ ବ୍ୟାଙ୍କର ମାର୍କେଟ କ୍ୟାପିଟାଲ ୬.୧୪ କୋଟି ଟଙ୍କାରେ ପହଞ୍ଚିଛି। ଗତ ଶୁକ୍ରବାର ବିଏସଇରେ ଏଚଡିଏଫସିର ସେୟାର ମୂଲ୍ୟରେ ୧.୦୫ ପ୍ରତିଶତ ହ୍ରାସ ଦେଖାଯାଇଥିଲା। ତେବେ ବ୍ୟାଙ୍କର ବିଏସଇ ଇଣ୍ଡେକ୍ସ ୧,୧୧୮.୮୦ଟଙ୍କାରେ ଥିଲା।

ନିକଟରେ ପୁରୀ ବ୍ୟାଙ୍କର ଉତ୍ତରାଧିକାରୀ ନେଇ ନିଜର ମତାମତ ଦେଇଥିଲେ। ଏଥିରେ ବ୍ୟାଙ୍କ ଭିତରୁ କେହି ଜଣେ ଏହି ଦାୟିତ୍ୱରେ ରହିବା କଥା। ହେଲେ ଏଚଡିଏଫସି ଏବେ ଆରବିଆଇଙ୍କ କର୍ତ୍ତୃତ୍ୱାଧୀନ। ଏଣୁ ବ୍ୟାଙ୍କ ପକ୍ଷରୁ ଏ ନେଇ ଆରବିଆଇଙ୍କୁ ମଧ୍ୟ ସୁପାରିଶ କରାଯାଇଥିଲା। ଏନେଇ ଆରବିଆଇ ଏବେ କଣ ନିଷ୍ପତ୍ତି ନେବେ ତାହା ଦେଖିବାର କଥା ବୋଲି ସେ କହିଥିଲେ।  ପୁରୀଙ୍କ ବାଦେ ତାଙ୍କ ପଦବୀ ନିମନ୍ତେ ଏଚଡିଏଫସି ଆରବିଆଇଙ୍କୁ ୩ ଜଣଙ୍କ ନାମ ସୁପାରିଶ କରିଛନ୍ତି। ଏଥିରେ ଶଶିଧର ଜଗଦିଶନ ଓ କାୟଜାଦ୍ ଭରୁଚା ବ୍ୟାଙ୍କର ଅଧିକାରୀ। ତେବେ ଏଥିରେ ସୁପାରିଶ କରାଯାଇଥିବା ତୃତୀୟ ଜଣକ ସିଟିବ୍ୟାଙ୍କର ସୁନୀଲ ଗର୍ଗ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଶଶିଧର ୧୯୯୬ରେ ବ୍ୟାଙ୍କରେ ଯୋଗଦେଇଥିଲେ। ୨୦୦୮ମସିହାରେ ତାଙ୍କୁ ସିଇଓ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ସେହିପରି ଭରୁଚା ଏବେ ଇଡି ପଡବୀରେ ଅବସ୍ଥାପିତ ଅଛନ୍ତି। ସେ ଆରମ୍ଭ ଦିନରୁ ବ୍ୟାଙ୍କ ସହ ଜଡିତ ଥିବା ବେଳେ ଏପର୍ଯ୍ୟନ୍ତ ଦକ୍ଷତାର ସହ ତାଙ୍କ ଦାୟିତ୍ୱ ତୁଲାଇ ଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.