ରିଲିଜ ହେବା ପୂର୍ବରୁ ଏହି ଫିଲ୍ମ ହୋଇସାରିଛି ବ୍ଲକବଷ୍ଟର

Published By : Prameya-News7 Bureau | October 23, 2019 IST

ସୂର୍ଯ୍ୟବଂଶୀ- ଆସନ୍ତା ବର୍ଷ ରିଲିଜ ହେବାକୁ ଥିବା ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଫିଲ୍ମ ଶୁଟିଂ ନେଇ ଅକ୍ଷୟ କୁମାର ବ୍ୟସ୍ତ ଅଛନ୍ତି। ଫିଲ୍ମଟି ଆସନ୍ତା ବର୍ଷ ଇଦରେ ରିଲିଜ ହେବ। ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାର ଜଣେ ପୋଲିସଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମର ଗୀତର ସିନ୍‌ ସାମ୍ନାକୁ ଆସୁଥାଏ।

{"id":173532}

ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ କ୍ୟାଟ୍ରିନା ନଜର ଆସିବେ। ରୋହିତ ଶେଟ୍ଟୀଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ସୂର୍ଯ୍ୟବଂଶୀରେ ଅକ୍ଷୟ କୁମାର ଓ କରିନା ମୁଖ୍ୟ ଭୂମିକାରେ ଅଭିନୟ କରିବେ।ଏହି ଫିଲ୍ମକୁ ଲୋକେ ବ୍ଲକବଷ୍ଟର ମାନିସାରିଛନ୍ତି।

{"id":173535,"width":574,"height":321}

କେଜିଏଫ: ଚାପ୍ଟର ୨- କେଜିଏଫ-୨ର ପ୍ରଥମ ପୋଷ୍ଟର ଆସିବା ପରେ ଦର୍ଶକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଫିଲ୍ମରେ ଅଧୀରା ଭୂମିକାରେ ସଂଜୟ ଦତ୍ତ ଅଭିନୟ କରିବେ। ୟଶଙ୍କ ସହ ଏହି ଫିଲ୍ମରେ ଶ୍ରୀନିଧି ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ।  

{"id":173534}

ରାଧେ- ସଲମାନଙ୍କ ଫିଲ୍ମ ରାଧେ ରିଲିଜ ହେବା ପୂର୍ବରୁ ବେଶ ଚର୍ଚ୍ଚାରେ ରହିଛି। ନିର୍ଦ୍ଦେଶକ ପ୍ରଭୁଦେବା ଓ ସଲମାନଙ୍କ ପାୱାରପ୍ୟାକ୍‌ ଯୋଡି ଆଗାମୀ ଫିଲ୍ମ ରାଧେରେ ନଜର ଆସିବ। ଫିଲ୍ମଟି ବ୍ଲକ୍‌ବଷ୍ଟର ହିଟ୍‌ ହେବ। ସଲମାନଙ୍କ ଆକ୍ସନ ଥ୍ରିଲର ଫିଲ୍ମ ଆଗାମୀ ବର୍ଷ ଇଦରେ ରିଲିଜ ହେବ।

{"id":173539}

ଆରଆରଆର- ଫିଲ୍ମ ଆର୍‌ ଆର୍‌ ଆର୍‌କୁ ନେଇ ଦର୍ଶକ ବେଶ ଉତ୍ସାହିତ । କାରଣ ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଏସ୍‌ ଏସ୍‌ ରାଜାମୌଲୀ । ବାହୁବଳି ଭଳି ଏହି ଫିଲ୍ମର କ୍ରେଜ୍‌ ଦର୍ଶକଙ୍କ ମଧ୍ୟରେ ବେଶ ଦେଖିବାକୁ ମିଳୁଛି। ୪୦୦ କୋଟି ବଜେଟ୍‌ରେ ଏହି ଫିଲ୍ମ ନିର୍ମିତ ହେଉଛି । ଏହି ଫିଲ୍ମରେ ବଲିଉଡର ଶ୍ରେଷ୍ଠ ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ଦେଖିବାକୁ ମିଳିବ । 

{"id":173533}

ବାଗି୩- ବଲିଉଡ ଫିଲ୍ମ ବାଗି ୩ ୨୦୨୦ ମସିହାରେ ରିଲିଜ ହେବ। ଫିଲ୍ମ ବିଷୟରେ ଅଧିକ ସୂଚନା ଏଯାଏଁ ଆସିନାହିଁ। ହେଲେ ଫିଲ୍ମ ବ୍ଲକବଷ୍ଟର ହିଟ୍‌ ହେବ ବୋଲି ଦର୍ଶକ କହୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.