Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

କୋବିନ୍ଦଙ୍କ ପୂର୍ବରୁ ଏହି ୩ ରାଷ୍ଟ୍ରପତି ଆସିଛନ୍ତି ବାଣୀବିହାର କ୍ୟାମ୍ପସ୍

8/12/2019 at 5:01 PM

ଭୁବନେଶ୍ବର ୮/୧୨: ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଳାଟିନମ୍ ଉଦଯାପନୀ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଜ୍ୟର ସବୁଠାରୁ ବଡ଼ ବିଶ୍ବବିଦ୍ୟାଳୟର ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ଉପସ୍ଥିତି ନିଶ୍ଚୟ ଗୌରବର କଥା। ତେବେ ରାମନାଥଙ୍କ ପୂର୍ବରୁ ଦେଶର ୩ ରାଷ୍ଟ୍ରପତି ବାଣୀବିହାର କ୍ୟାମ୍ପସକୁ ଆସି ସାରିଛନ୍ତି।

ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ବାଣୀବିହାରକୁ ଆସିଥିଲେ। ସେତେବେଳେ ନୂଆ ନୂଆ ଆରମ୍ଭ ହୋଇଥାଏ ବିଶ୍ବବିଦ୍ୟାଳୟର କାର୍ଯ୍ୟ। ରାଷ୍ଟ୍ରପତିଙ୍କ ଉପସ୍ଥିତି ସାରା ଦେଶରେ ଉତ୍କଳ ବିଶ୍ବବିଦ୍ୟାଳୟର ଗରିମାକୁ ବଢ଼ାଇଥିଲା।

ଏହା ପରେ ଦେଶର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ମଧ୍ୟ ବାଣୀବିହାରକୁ ଆସିଛନ୍ତି।

ଏହା ପରେ ଏକ ଦୀର୍ଘ ବ୍ୟବଧାନ ସୃଷ୍ଟି ହୋଇଥିଲା। ଅନେକ ବର୍ଷ ପରେ ପୁଣି ପଡ଼ିଥିଲା ରାଷ୍ଟ୍ରପତିଙ୍କ ପାଦ। ରାମନାଥଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ଭାରତରତ୍ନ ପ୍ରଣବ ମୁଖାର୍ଜୀ ଆସିଥିଲେ ବାଣୀବିହାର। ଆଉ ଏବେ ପ୍ଲାଟିନମ୍ ଜୁବଲିର ଉଦଯାପନୀ ଉତ୍ସବରେ ଚତୁର୍ଥ ରାଷ୍ଟ୍ରପତିଭାବେ ବାଣୀବିହାର କ୍ୟାମ୍ପସକୁ ଆସି ଏହାର ଗୌରବକୁ ବଢ଼ାଇଛନ୍ତି କୋବିନ୍ଦ।

   Related Posts