ରାଫେଲ ଯୁଦ୍ଧ ଜେଟ୍ ଭାରତ ପହଞ୍ଚିବାର ଢେର ଆଗରୁ ଆସିଥିଲା ରାଫେଲ ପାନ୍ ମସଲା, ସୋସିଆଲ ମିଡିଆରେ ମଜାଦାର ଭିଡିଓ ଭାଇରାଲ୍

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦।୭: ବହୁ ବାଦ ବିବାଦ ପରେ ଦେଶରେ ଆସି ପହଞ୍ଚିସାରିଛି ରାଫେଲ ଯୁଦ୍ଧ ବିମାନ । ରାଫେଲ ଯୁଦ୍ଧ ବିମାନ ଦେଶରେ ଏବେ ଚର୍ଚ୍ଚାରେ ରହିଛି । ଫ୍ରାନ୍ସ ଡାସଲ୍ଟ ପ୍ରଥମ ପର୍ଯ୍ୟାୟରେ ଭାରତକୁ ୫ଟି ରାଫେଲ ଯୁଦ୍ଧ ବିମାନ ଦେଇଛନ୍ତି । ସୋମବାର ଫ୍ରାନ୍ସରୁ ବାହାରିଥିବା ଏହି ସବୁ ବିମାନ ବୁଧବାର ଭାରତ ପହଞ୍ଚିଥିବା ବେଳେ ସାରା ଦେଶରେ ଉତ୍ସାହ ଖେଳିଯାଇଛି । ଯୁଦ୍ଧ ବିମାନଗୁଡିକ ୟୁଏଇ ଅଲ-ଦଫ୍ରା ବାୟୁସେନା ଘାଟିରୁ ଆସି ଅମ୍ବାଲାରେ ଅବତରଣ କରିଥିଲା ।  ମାତ୍ର ଡାସଲ୍ଟ ଦ୍ବାରା ନିର୍ମିତ ରାଫେଲ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବା ପୂର୍ବରୁ ଭାରତକୁ ଆସିଥିଲା ରାଫେଲ ପାନ୍ ମସଲା । ଯାହାର ଭିଡିଓ ମଧ୍ୟ ବହୁଳ ଭାବେ ଭାଇରାଲ୍ ହୋଇଥିଲା ।

wp:html /wp:html

ଏହି ଭିଡିଓ ସାମ୍ବାଦିକ ଏବଂ ପ୍ରତିରକ୍ଷା ପୋର୍ଟାଲ ଦ୍ବାରା ବହୁଳ ଭାବରେ ସେୟାର ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଏକ ବିଜ୍ଞାପନରେ ଆନିମେଟେଡ୍ ଏଫ-୧୪ ଗୁଡିକୁ ଭୁଲ୍ ଭାବରେ ଚିତ୍ରଣ କରାଯାଇଥିଲା । ରାଫେଲ୍ ଯୁଦ୍ଧ ବିମାନକୁ ଏକ ନୂତନ ପାନ୍ ମସଲା ଭାବେ ଉପସ୍ଥାପନ କରାଯାଇଥିଲା । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଏହି ପାନ୍ ମସଲା R-AMP ନାମକ ଏକ ପାନ୍ କମ୍ପାନୀ ଦ୍ବାରା ପ୍ରସ୍ତୁତ କରାଯାଇଥିଲା । ଯାହା ନୋ ଟବାକୋ, ନୋ ନିକୋଟିନ୍ ଉତ୍ପାଦ ଯୋଗାଇବା ପାଇଁ ପ୍ରତିଜ୍ଞାବଦ୍ଧ ।

ଏଭଳି ଏକ ଉତ୍ପାଦ ପ୍ରକୃତରେ ଭାରତୀୟ ବଜାରରେ ଆରମ୍ଭ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିଲା । ବିଜ୍ଞାପନ ସଂସ୍ଥା ‘ମ୍ୟାଜିକ୍ ରିଲ୍ ମିଡିଆ’ ଏହି ପାନ୍ ମସଲା ଭିଡିଓର ଏକମାତ୍ର ଉତ୍ସ ଥିଲା । ଯାହାକି ଲକ୍ଷ୍ନୌରେ ଅବସ୍ଥିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.