Saturday, April 20, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୂଆ ଏସି କିଣିବାକୁ ଯାଉଛନ୍ତି କି ? ଏହିସବୁ ଟିପ୍ସ ଉପରେ ଅବଶ୍ୟ ଧ୍ୟାନ ଦିଅନ୍ତୁ

ଭୁବନେଶ୍ୱର ୧୩/୪ : ଏପ୍ରିଲ ମାସ ଆରମ୍ଭ ହେଉ ହେଉ ଭାରତରେ ଗରମ ଆରମ୍ଭ ହୋଇଯାଇଥାଏ | ଏଥର ଗରମ ଏବଂ ଖରା ଭୀଷଣ ବଢି ଯାଇଛି | ଖରା ଏବଂ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି | ଏବେ ଇଲେକ୍ଟ୍ରୋନିକ୍ସ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି | ଗରମରୁ ରକ୍ଷା ପାଇବା ପାଇଁ ଲୋକେ ଏସି, କୁଲର ଆଦି କିଣୁଛନ୍ତି | ଯଦି ଆପଣ ମଧ୍ୟ ନୂଆ ଏସି କିଣିବା ପାଇଁ ଚିନ୍ତା କରୁଛନ୍ତି ତାହେଲେ କିଛି ଜରୁରୀ ଟିପ୍ସ ଉପରେ ଧ୍ୟାନ ଦିଅନ୍ତୁ | ଏହି ଟିପ୍ସ ଆପଣଙ୍କୁ ସଠିକ ଏସି କିଣିବାରେ ସାହାଯ୍ୟ କରିବ |


୧. ସବୁଠାରୁ ମହତ୍ଵପୁର୍ଣ ହେଲା ଏନର୍ଜି ଏଫିସିଏଣ୍ଟ | ଏନର୍ଜି ଏଫିସିଏଣ୍ଟ ଏସି କିଣିବେ | ଏସିର ରେଟିଙ୍ଗ ଯେତେ ଅଧିକ ରହିବ ବିଜୁଳି ସେତିକି କମ କ୍ଷୟ ହେବ | କାରଣ ଏସି ଲଗାଇଲେ ବିଜୁଳି ବିଲ ଅଧିକ ଆସିଥାଏ | ସାଧାରଣତଃ ଏସି ୧ ଷ୍ଟାର ରୁ ୫ ଷ୍ଟାର ପର୍ଯ୍ୟନ୍ତ ଆସିଥାଏ | ୫ ଷ୍ଟାର ରେଟିଙ୍ଗ ଏସି ୩ ଷ୍ଟାର ଏସି ଠାରୁ ଉତ୍ତମ | ଯଦି ଆପଣ ଏସି ୬-୭ ଘଣ୍ଟା ବ୍ୟବହାର କରିବାକୁ ଚାହୁଁଛନ୍ତି ଆଉ ସେ ପୁଣି ବର୍ଷର ୩/୪ ମାସ ତାହେଲେ ଆପଣଙ୍କ ପାଇଁ ୩ ଷ୍ଟାର ଏସି ସର୍ବୋତ୍ତମ |


୨. ବିଜୁଳି ବଞ୍ଚାଇବା ପାଇଁ ଆପଣ ଇନଭଟର ଏସି କିଣିପାରିବେ | ଏହା ମଧ୍ୟ ବିଜୁଳି ବଂଚାଇଥାଏ | ଅର୍ଥାତ ୩ ଷ୍ଟାର ଇନଭଟର ଏସି ୫ ଷ୍ଟାର ରେଗୁଲାର ଏସି ତୁଳନାରେ କମ ବିଜୁଳି କ୍ଷୟ କରିଥାଏ | କିନ୍ତୁ ରେଗୁଲାର ଏସି ତୁଳନାରେ ଇନଭଟର ଏସି ଅଧିକ ମହଙ୍ଗା ପଡିଥାଏ |


୩. ଏହାପରେ ଆସୁଛି ଏସିର ସାଇଜ | ଯଦି ଆପଣଙ୍କ ରୁମ ସାଇଜ ୧୦୦ ରୁ ୧୨୦ ବର୍ଗ ଫୁଟ ତାହେଲେ ୧ ଟନ ଏସି ଆପଣଙ୍କ ପାଇଁ ପର୍ଯ୍ୟାପ୍ତ | ୧୭୫ ବର୍ଗ ଫୁଟ ରୁମ ପାଇଁ ୧.୫ ଟନ ଏସି ସର୍ବୋତ୍ତମ | ଏହିଭଳି ଭାବେ ରୁମ ସାଇଜ ଦେଖି ଏସି ଚୟନ କରିବେ | ଯାହାଫଳରେ ଆପଣଙ୍କ ବିଜୁଳି ବିଲ ମଧ୍ୟ ଅଧିକ ଆସିବନାହିଁ |


୪. ଏସି କିଣିବାବେଳେ କଏଲ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ | ସାଧାରଣତଃ ଏସରେ ୨ ପ୍ରକାର କଏଲ ବ୍ୟବହାର କରାଯାଇଥାଏ | କପର ଏବଂ ଆଲୁମିନିୟମ | କପର କଏଲ ଏସି ଟିକିଏ ମହଙ୍ଗା କିନ୍ତୁ ଆଲୁମିନିୟମ କଏଲ ତୁଳନାରେ ସର୍ବୋତ୍ତମ | ଭଲ ଏସି ଅତ୍ୟଧିକ ଗରମରେ ମଧ୍ୟ ଭଲ କାମ କରିଥାଏ |


୫. ଶବ୍ଦ ହେଉନଥିବା ଏସି ଚୟନ କରିବ ଉଚିତ | ସ୍ଲପିଟ ଏସିରୁ ଜମାରୁ ଶବ୍ଦ ହୋଇନଥାଏ | ଝରକା ଓ୍ଵିଣ୍ଡୋ ଏସିରୁ ଅଧିକ ଶବ୍ଦ ହୋଇଥାଏ | ଯାହାଫଳରେ ନିଦ ଭଲ ହୋଇନଥାଏ | ଏଭଳି ପରିସ୍ଥିତିରେ ଇଣ୍ଡୋର ଆବାଣ୍ଡ ଆଉଟଡୋର ଏସିର ଶବ୍ଦ ବିଷୟରେ ଡିଲରଙ୍କୁ ପଛରୁ ବୁଝି କିଣିବା ଉଚିତ | ଏହାସହ ଏସି ସଠିକ ଜାଗା ଦେଖି ଲଗାଇବେ |


୬. ଥଣ୍ଡା କରିବ ଛଡା ଯଦି ଆପଣ ଏସିରୁ ଆଉ କିଛି ଅଲଗା ଫିଚର ଚାହୁଁଛନ୍ତି ତାହେଲେ ଆଜିକାଲି ବଜାରରେ ବିଭିନ୍ନ ପ୍ରକାରର ଏସି ଆସିଲାଣି | ଏୟାର ପ୍ୟୁରିଫାୟାର, ଏଣ୍ଟି ବ୍ୟାକ୍ଟେରିଆଲ, ଓଡର ରିମୁଭଲ ଫିଲ୍ଟର ଏବଂ ୱାଇ-ଫାଇ ସପୋର୍ଟ ଯୁକ୍ତ ଏସି ମଧ୍ୟ ବଜାରରେ ଉପଲବ୍ଧ | ତେବେ ଏହିସବୁ ଏସିର ଦାମ ଟିକିଏ ଅଧିକ |


୭. ଶେଷ ଏବଂ ଏକ ମହତ୍ଵପୁର୍ଣ କଥା ଉପରେ ଧ୍ୟାନ ନିଶ୍ଚୟ ଦେବେ | ଆଫଟର ସେଲ୍ସ ସର୍ଭିସ ଉପରେ ଧ୍ୟାନ ଦେବାକୁ ହେବ | ଏସିରେ ଅନେକ ଟେକ୍ନୋଲୋଜି ରହିଥାଏ | ଡିଲରଙ୍କୁ ସର୍ଭିସିଂ ସମ୍ପର୍କୀୟ ସମସ୍ତ ସୂଚନା ନିଶ୍ଚୟ ପଚାରି ବୁଝିବେ |


ଏସି କିଣିବା ପୂର୍ବରୁ ଏହିସବୁ ଟିପ୍ସ ଉପରେ ଠାରେ ନିଶ୍ଚୟ ଧ୍ୟାନ ଦେବେ |

607 Views

   ସମ୍ବନ୍ଧିତ ଖବର