Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

ପୁଲୱାମା ଆଟାକ ପାଇଁ ଜାନୁଆରି ୧୯ ତାରିଖରେ ହୋଇଥିଲା ସବୁ ଆତଙ୍କବାଦୀ ଗୋଷ୍ଠୀର ବୈଠକ: ମାସୁଦ ଆଝାର ଇସାରାରେ କାମ କରୁଛନ୍ତି ୩୫ ପାକିସ୍ତାନୀ ଏବଂ ୨୫ ଭାରତୀୟ

17/02/2019 at 5:52 PM

ଦିଲ୍ଲୀ ୧୭/୨ : ପୁଲୱାମା ଆଟାକ ପାଇଁ ଜୈସ୍‌ ଏ ମହମ୍ମଦ ମୁଖିଆ ମାସୁଦ ଆଝାର ହସିପଟାଲରୁ ରହି ତାର ଆତଙ୍କି ବ୍ରିଗେଡକୁ ଦେଇଥିଲା ନିର୍ଦ୍ଦେଶକ। ଜାନୁଆରି ୧୯ ତାରିଖରେ ହୋଇଥିଲା ସବୁ ଆତଙ୍କବାଦୀ ଗୋଷ୍ଠୀର ଏକ ବଡ଼ ବୈଠକ ଯେଉଁଥିରେ ଆତ୍ମଘାତୀ ହମ୍‌ଲାକୁ ଜୋରଦାର କରିବା ଲାଗି ହୋଇଛି ନିଷ୍ପତ୍ତି।

ପୁଲୱାମା ଆକ୍ରମଣ ଭିଆଇଛି ଜୈଶ ଏ ମହମ୍ମଦ। ଜେ ଇ ଏମର ମୁଖିଆ ମାସୁଦ ଆଝାର ଏବେ ରାୱଲପିଣ୍ଡି ଆର୍ମି ହସ୍ପିଟାଲରେ ଚିକିତ୍ସାଧିନ ରହିଛି। ଗୁରୁତର ଅସୁସ୍ଥ ଥିବା ମାସୁଦ ଆଝାର ସେହିଠାରୁ ହିଁ ତାର ଆତଙ୍କି ବ୍ରିଗେଡକୁ ନିର୍ଦ୍ଦେଶ ଦେଇଥିଲା। ଅଡିଓ ଟେପ୍‌ ଦ୍ବାରା ଧ୍ବଂସଲୀଲା କରିବାକୁ ଆହ୍ବାନ ଦେଇଥିଲା। ରୋଗରେ ପଡ଼ି ସେ ଦୁର୍ବଳ ହୋଇଛି ସତ କିନ୍ତୁ ତା ମୁଣ୍ଡରୁ ଖଳବୁଦ୍ଧି ଆହୁରି ଉଗ୍ର ହୋଇଛି । ପୁଲୱାମା ଆକ୍ରମଣର ମାତ୍ର ୮ ଦିନ ପୂର୍ବରୁ ହିଁ ସେ ଜାରି କରିଥିଲା ଏକ ଅଡିଓ । ଖାସ୍‌ ଜାମ୍ମୁ କାଶ୍ମୀରର ଯୁବକ ଏବଂ ତାର ଆତଙ୍କ ସହଯୋଗୀଙ୍କୁ ମୁଣ୍ଡରେ ତବାହିର ଖଳବୁଦ୍ଧି ଦେଇଥିଲା, ଆତ୍ମଘାତୀ ଆକ୍ରମଣ କରି ଧ୍ବଂସଲୀଳା ପାଇଁ  ଆହ୍ବାନ ଦେଇଥିଲା। ଆଉ ଏହି ଅଡିଓ ଟେପ୍‌ରେ ସେ ବାରମ୍ବାର କହୁଛି ଉସ୍ମାନର ମୃତ୍ୟୁର ବଦଲା ନିଅ। ଏ ଉସ୍‌ମାନ ହେଉଛି ମାସୁଦ ଆଝାରର ପୁତୁରା, ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ କମାଣ୍ଡର ଥିଲା. କିନ୍ତୁ ଅକ୍ଟୋବର ମାସରେ ତାକୁ ସୁରକ୍ଷାବାହିନୀ ଟପକାଇଦେଇଥିଲେ। ଆଉ ସେବେଠାରୁ ଗୋଟେ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ଚଳାଉଥିଲା ମାସୁଦ।

ଏଥିପାଇଁ ଦାୟିତ୍ବ ଦେଇଥିଲା ତାର ଆଉ ଦୁଇ ପୁତୁରା ମହମ୍ମଦ ଉମେର ଏବଂ ଅବଦୁଲ ରସିଦ ଘାଜିକୁ। ଆଉ ଏହି ଘାଜି ହିଁ ପୁଲୱାମା ଆକ୍ରମଣକୁ କାର୍ଯ୍ୟକାରୀ କରିଛି। ଏଥିରେ ତାକୁ ସହଯୋଗ କରିଛନ୍ତି କମରାନ ଏବଂ ଅନ୍ୟ ୧୫ ଜଣ ।  ଏମାନେ ଗତମାସରେ ପୁଞ୍ଛ ଦେଇ କାଶ୍ମୀରରେ ପ୍ରବେଶ କରିଥିଲେ। ଦୁଇମାସ ପୂର୍ବରୁ ଆସିଥିଲା ରସିଦ। ରସିଦ ପାକିସ୍ତାନୀ ଆର୍ମୀ ପାଖରୁ ଟ୍ରେନିଂ ନେଇଛି, ଆଫଗାନିସ୍ତାନର ପୁରୁଣା ଆତଙ୍କବାଦୀ । ଏମାନେ ମାସେ ଧରି ବିସ୍ଫୋରଣ ପାଇଁ ପ୍ରସ୍ତୁତି କରିଥିଲେ।  ପୁଲୱାମାରେ ଯେଉଁଭଳି ଶୈଳୀରେ ଆକ୍ରମଣ ହୋଇଛି ଆତଙ୍କବାଦୀମାନେ ସେମିତି ଆକ୍ରମଣ ଆଫଗାନିସ୍ତାନ ଏବଂ ଇରାକରେ କରିଛନ୍ତି। ଆଇଇଡି ବିସ୍ଫୋରଣ କରିବା ଲାଗି ୟୁନାଇଟେଡ ଜେହାଦି କାଉନସିଲ ନିଷ୍ପତ୍ତି ନେଇଥିଲା। ୧୯ ଜାନୁଆରି ପାକିସ୍ତାନର ଏକ ଅଜଣା ସ୍ଥାନରେ ୟୁନାଇଟେଡ ଜେହାଦି କାଉନସିଲର ବସିଥିଲା ବୈଠକ। ଜାହାର ନେତୃତ୍ବ ନେଇଥିଲା ହିଜବୁଲ ମଜାହିଦ୍ଦିନ କମାଣ୍ଡର ସଇଦ ସଲାଉଦ୍ଦିନ, ସେହିପରି ଆଜାଦ କାଶ୍ମୀରର ମୁଜାଫରାବାଦରେ ହୋଇଥିଲା ଆଉ ଏକ ବୈଠକ।

ଏଥିରେ ପାକିସ୍ତାନରେ କାର୍ଯ୍ୟରତ ପ୍ରାୟ ସଂଗଠନ ସାମିଲ ହୋଇଥିଲେ। ଆଉ ଉଦ୍ଦେଶ୍ୟ ଥିଲା ଭାରତ ବିରୋଧରେ ଛାୟା ଯୁଦ୍ଧ। ଏବେ ମାସୁଦ ଆଝାର ଇସାରରେ ଜାମ୍ମୁ ଓ କାଶ୍ମୀରରେ ୬୦ ଜଣ କୁଖ୍ୟାତ ଆତଙ୍କବାଦୀ କାର୍ଯ୍ୟ କରୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୩୫ ଜଣ ପାକିସ୍ତାନ ଏବଂ ୨୫ ଜଣ ଭାରତୀୟ। ଏମାନଙ୍କୁ ବିଭିନ୍ନ ସ୍ଥାନରୁ ନିୟନ୍ତ୍ରଣ କରୁଛନ୍ତି ଉମେର, ଇସ୍‌ମାଇଲ ଏବଂ ଅବୁଦଲ ରସିଦ ଘାଜି। ଏବେ ସୁରକ୍ଷା ବାହିନୀ ଜୈସ ଏ ମହମ୍ମଦର ମୂଳତ୍ପାଟନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି।

   Related Posts