ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଆରମ୍ଭ ହେଲା ପ୍ରାକ ପ୍ରସ୍ତୁତି

Published By : Prameya-News7 Bureau | May 15, 2020 IST

ଭଦ୍ରକ୧୫/୫: ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଭଦ୍ରକ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ଫନି ଓ ବୁଲ୍‌ବୁଲର ଅନୁଭୂତିକୁ ନେଇ ଭଦ୍ରକ ପ୍ରଶାସନ ପ୍ରସ୍ତୁତ ଆରମ୍ଭ କରିଛି। ଜିଲ୍ଲାର ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲି ଓ ଧାମରା ବ୍ଲକ ଉପରେ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛି। ଏନେଇ ଦୁଇଟି ବ୍ଲକର ୭୨ଟି ପଞ୍ଚାୟତକୁ ଚିହ୍ନଟ କରାଯାଇଛି । ଚାନ୍ଦବାଲି , ଧାମରା ଓ ବାସୁଦେବପୁର ପାଇଁ  ଡେପୁଟି ସେକ୍ରେଟେରୀ ରାଙ୍କର ତିନି ଜଣ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

ଏହି ତିନି ଅଫିସର ସେହି ଅଞ୍ଚଳରେ ରହିବେ। ଅନ୍ୟ ୪ ବ୍ଲକ ପାଇଁ ମଧ୍ୟ ଅଫିସର ନିଯୁକ୍ତ ହୋଇଛନ୍ତି ।  ସମୁଦ୍ର କୂଳର ୩ କିଲୋମିଟର ମଧ୍ୟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳ ଗୁଡିକର କବାଟ, ଝରକା ଓ ପାଇଖାନା ଗୁଡିକୁ ଆସନ୍ତା ୧୭ ତାରିଖ ମଧ୍ୟରେ ମରାମତି କରାଯିବ।  ଜିଲ୍ଲାର ୬୩୦ ବିଦ୍ୟାଳୟକୁ ପ୍ରସ୍ତୁତ ରଖାଯାଇଛି। ସ୍କୁଲ ଗୁଡିକରେ ଜଣେ ଲେଖାଏଁ ଶିକ୍ଷକ ଦାୟିତ୍ବରେ ରହିଛନ୍ତି। ଜିଲ୍ଲାର ସମସ୍ତ ବିଭାଗର କର୍ମଚାରୀଙ୍କ ଛୁଟି ବାତିଲ କରିଛି ଜିଲ୍ଲାପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.