ଓ୍ବେଷ୍ଟଇଣ୍ଡିଜ ସହ ମୁକାବିଲା ପୂର୍ବରୁ ରୋହିତ ଶର୍ମା କଲେ ଏମିତି କାମ, ସମଗ୍ର ଦେଶ କଲା ପ୍ରଶଂସା…

Published By : Prameya-News7 Bureau | August 02, 2019 IST

ନୂଆଦିଲ୍ଲୀ ୨|୮: ଆଗାମୀ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜରେ ପହଞ୍ଚି ସାରିଛନ୍ତି। ଅଗଷ୍ଟ ୩ ତାରିଖରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆମେରିକାର ଫ୍ଲୋରିଡାରେ ଖେଳାଯିବ। ଏନେଇ ଟିମ ଇଣ୍ଡିଆ ଆମେରିକାରେ ପହଞ୍ଚିସାରିଛି। ଓ୍ବେଷ୍ଟଇଣ୍ଡିଜରେ ପହଞ୍ଚିବା ପରେ ରୋହିତ ଶର୍ମା ଟ୍ବିଇଟ୍‌ କରିଛନ୍ତି ଯେ, “ମୁଁ କେବଳ ଟିମ ପାଇଁ ନୁହେଁ, ପୂରା ଦେଶ ପାଇଁ ମୈଦାନକୁ ଓହ୍ଲାଇଛି” । ରୋହିତ ଶର୍ମାଙ୍କ ଏହି ଟ୍ବିଇଟ ପରେ ସମଗ୍ର ଦେଶର କ୍ରିକେଟପ୍ରେମୀ ତାଙ୍କୁ ପ୍ରଶଂସା କରିଛନ୍ତି।

 ବିଶ୍ବକପ ପ୍ରଥମ ସେମିଫାଇନାଲ ମ୍ୟାଚ ହାରିବା ପରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିବାଦକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗି ରହିଥିଲା। ଓ୍ବେଷ୍ଟଇଣ୍ଡିଜ​‌ରେ ପହଞ୍ଚିବା ପରେ ଭାରତୀୟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ଯେଉଁ ଲେଖା ନିଜ ଟ୍ବିଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେଥିପାଇଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି।

ଭାରତୀୟ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କହିଥିଲେ ଯେ, ଟିମ ଇଣ୍ଡିଆ ଯେଉଁଭଳି ଖେଳ ପ୍ରଦର୍ଶନ କରୁଛି, ଏମାନଙ୍କ ଭିତରୁ କାହାକୁ ବଡ ବୋଲି କହିହେବନି। ଭାରତୀୟ ଟିମର ସବୁ ଖେଳାଳି ଟିମର ହିତ ପାଇଁ ଖେଳୁଛନ୍ତି।

ଓ୍ବେଷ୍ଟଇଣ୍ଡିଜ ଯିବା ପୂର୍ବରୁ ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ ନିଜର ମତବ୍ୟକ୍ତ କରିଥିଲେ। ରୋହିତ ଶର୍ମାଙ୍କ ସହ ତାଙ୍କର ବିବାଦ ଥିବାନେଇ ହେଉଥିବା ଚର୍ଚ୍ଚା ହାସ୍ୟାସ୍ପଦ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଭାରତୀୟ ଟିମ ଭିତ​‌ରେ ଘଟିନଥିବା କଥାକୁ ଅତିରଂଜିତ କରି ଖବର ପରିବେଷଣ କରାଯାଉଛି। ଏହା ଭାରତୀୟ ଟିମ ପାଇଁ ଅପମାନ ଜନକ ବୋଲି  ସେ କହିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.