Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ମଣ୍ଡପକୁ ଯିବା ପୂର୍ବରୁ କନ୍ୟା କହିଲେ “ମୁଁ ପୂର୍ବରୁ ବିବାହିତା”: ଫେରିଗଲେ ବର ପକ୍ଷ

14/02/2019 at 3:04 PM

ଦିଲ୍ଲୀ ୧୪/୨ : ବିବାହ ମଣ୍ଡପକୁ ଯିବା ପୂର୍ବରୁ କନ୍ୟା ଏମିତି କିଛି କଥା କହିଲେ ଯାହାକୁ ଶୁଣି ଘରଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ | କନ୍ୟା କହିଥିଲେ ଯେ, ସେ ପୂର୍ବରୁ ବିବାହିତା | ପାଖାପାଖି ୨ ବର୍ଷ ପୂର୍ବରୁ ସେ ନିଜ ପ୍ରେମିକକୁ ବିବାହ କରି ସାରିଛନ୍ତି | ବର ପକ୍ଷଙ୍କୁ ଏନେଇ କନ୍ୟା ପକ୍ଷ ଅବଗତ କରାଇଥିଲେ | ଯୁବତୀଙ୍କ କଥା ଶୁଣି ଖୁସିର ମାହୋଲ ସମ୍ପୂର୍ଣ ଦୁଃଖରେ ଭାରି ଯାଇଥିଲା |


ଦେହାତ ଥାନା ଅନ୍ତର୍ଗତ ମିରଠ ରୋଡ଼ ସ୍ଥିତ ମଣ୍ଡପରେ ବିବାହ ଆୟୋଜନ ହୋଇଥିଲା | ଆୟୋଜନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିଲା | ଉଭୟ ବର ପକ୍ଷ ଏବଂ କନ୍ୟା ପକ୍ଷ ଅଲଗା ଅଲଗା ଜାଗାରେ ରୁହନ୍ତି | କିନ୍ତୁ ବନ୍ଧୁବାନ୍ଧବଙ୍କ ପାଇଁ ବିବାହ ଆୟୋଜନ ମିରଠ ରୋଡ଼ରେ କରାଯାଇଥିଲା | ଯୁବତୀଙ୍କ କଥା ଶୁଣି ସମସ୍ତେ ଭାଙ୍ଗି ପଡ଼ିଥିଲେ | ଯୁବତୀ ସଫା ସଫା ମନା କରିଦେଇଥିଲେ ଯେ, ସେ ଦ୍ୱିତୀୟ ବିବାହ କରିବେ ନାହିଁ | କାରଣ ସେ ପୂର୍ବରୁ ବିବାହିତା | ଯୁବତୀଙ୍କ କଥା ଶୁଣି ବର ପକ୍ଷ ବରଯାତ୍ରୀ ଧରି ନିଜ ଘରକୁ ଫେରି ଯାଇଥିଲେ |

   Related Posts