ଦୀପାବଳିରେ ଛୁଟି ମିଳିନଥିଲା, ଆଗାମୀ ସପ୍ତାହରେ ପାଳିଥାନ୍ତେ ବିବାହ ବାର୍ଷିକ, ତା ପୂର୍ବରୁ ପତ୍ନୀ ଓ ପୁତ୍ର ସହ ଆତଙ୍କାଦୀଙ୍କ ଶିକାର ହେଲେ ବିପ୍ଳବ

Published By : Prameya-News7 Bureau | November 14, 2021 IST

ରାୟଗଡ଼ ୧୪।୧୧: ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ ଶନିବାର ଆତଙ୍କବାଦୀଙ୍କ ଶିକାର ହୋଇଥିବା ଆସାମ ରାଇଫଲ୍ସ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଆଗାମୀ ସପ୍ତାହରେ ତାଙ୍କ ବିବାହ ବାର୍ଷିକ ପାଳନ କରିଥାନ୍ତେ। ବିଳାଶପୁରର ଅନୁଜାଙ୍କ ସହ ବିପ୍ଲବଙ୍କ ବିବାହ ନଭେମ୍ବର ୨୦୧୦ରେ ହୋଇଥିଲା। ଗତ ଦୀପାବଳିରେ ଛୁଟି ମିଳିପାରିନଥିଲା। ଏଣୁ ପରିବାର ସହ ବିବାହ ବାର୍ଷିକ ପାଳନର ଯୋଜନା କରିଥିଲେ ବିପ୍ଲବ ଓ ଅନୁଜା। ହେଲେ ବିଧିର ବିଧାନ ଥିଲା ଅନ୍ୟ।

{"id":543731,"width":840,"height":392,"sizeSlug":"full","linkDestination":"none"}

ବିପ୍ଳବଙ୍କ ସହିଦ ହେବା ସମଗ୍ର ରାୟଗ଼ଡରେ ଶୋକର ଛାୟା ଖେଳାଇ ଦେଇଛି। ବନ୍ଧୁ ଓ ପରିଜନ ଏବେ ଶୋକରେ ଡୁବି ଯାଇଛନ୍ତି। ଗତ ଦୀପାବଳିରେ ଛୁଟି ନ ମିଳିବାରୁ ବିପ୍ଳବ ତାଙ୍କ ପିତାମାତାଙ୍କୁ ମିଜୋରାମ ଡକାଇ ନେଇଥିଲେ। ଦୀପାବଳିକୁ ପରିବାର ଏକତ୍ର ପାଳନ କରିଥିଲେ। ବିପ୍ଳବଙ୍କ ପିତାମାତା ଫେରିଆସିଥିଲେ ଖୁବ୍ ଶୀଘ୍ର ରାୟଗଡ ଆସିବାକୁ ତାଙ୍କୁ କହି ଆସିଥିଲେ। ଛୁଟି ମିଳିବାମାତ୍ରେ ଆସିବେ ବୋଲି ବିପ୍ଳବ ପ୍ରତିଶ୍ରୁତି ବି ଦେଇଥିଲେ। ହେଲେ ତା ପୂର୍ବରୁ ଆତଙ୍କବାଦୀଙ୍କ ଆକ୍ରମଣରେ ବିପ୍ଳବ ତାଙ୍କ ପତ୍ନୀ ଓ ପୁତ୍ର ପ୍ରାଣ ହରାଇଛନ୍ତି।

{"id":543730,"width":838,"height":471,"sizeSlug":"full","linkDestination":"none"}

୨୦୦୧ ମସିହାରେ କୁମାଉଁ ରେଜିମେଣ୍ଟରେ ଲେଫ୍ଟନାଣ୍ଟ ଭାବେ ସେବା ଆରମ୍ଭ କରିଥିଲେ ବିପ୍ଳବ। ସ୍ୱଭାବରେ ବିନମ୍ର ବିପ୍ଳବ ଚାକିରୀ କାଳରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ କାମ କରିଥିଲେ। ବିପ୍ଳବଙ୍କ ପିତା  ସୁଭାଷ ତ୍ରିପାଠୀ ସାନ୍ଧ୍ୟ ଦୈନିକ ‘ବୟାର’ର ସମ୍ପାଦକ। ଗତବର୍ଷ ଅକ୍ଟୋବର ୩୦ ତାରିଖରେ ସମ୍ବାଦପତ୍ର ସ୍ଥାପନାର ୫୦ତମ ବାର୍ଷିକ ପାଳନ କରିଥିଲା। ପଲିଟେକନିକ୍‌ ଅଡିଟରିୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିପ୍ଲବ ଓ ତାଙ୍କ ସାନଭାଇ ମଧ୍ୟ ଯୋଗ ଦେଇଥିଲେ। ଦୁଇ ଭାଇ କାର୍ଯ୍ୟକ୍ରମର ମନୋଜ୍ଞ ଉପସ୍ଥାପନ କରିଥିଲେ। କହିଯାଇଥିଲେ ଖୁବ୍ ଶୀଘ୍ର ରାୟଗଡ଼ ଆସିବେ। ହେଲେ ସେ ଏମିତି ଫେରିବେ ତାଙ୍କ ସାଙ୍ଗ ସାଥୀ କେହି ବିଶ୍ୱାସ ମଧ୍ୟ କରିପାରୁ ନାହାନ୍ତି।

{"id":543724,"width":838,"height":587,"sizeSlug":"full","linkDestination":"none"}
୨୦୧୮ ବିଧାନସଭା ନିର୍ବାଚନ କାଳରେ 'ବାୟର' ପାଇଁ ରିପୋର୍ଟିଂ କରୁଥିବା ବେଳେ ବିପ୍ଲବଙ୍କ ପିତା ସୁଭାଷ ତ୍ରିପାଠୀ

ବିପ୍ଳଙ୍କ ଜେଜେ ପଣ୍ଡିତ କିଶୋରୀମୋହନ ତ୍ରିପାଠୀ ପେଷାରେ ଜଣେ ଶିକ୍ଷକ ଥିଲେ। ତେବେ ସ୍ୱାଧୀନତାର ଆହ୍ୱାନ ତାଙ୍କୁ ସଂଗ୍ରାମୀ କରିଦେଇଥିଲା। ସ୍ୱାଧୀନୋତ୍ତର ଭାରତରେ ତାଙ୍କୁ ଅବିଭକ୍ତ ମଧ୍ୟପ୍ରଦେଶରୁ ସମ୍ବିଧାନସଭା ସଦସ୍ୟ କରାଯାଇଥିଲା। ଏହା ଛଡା ୧୯୫୦ ମସିହାରେ ସେ ଅସ୍ଥାୟୀ ସଂସଦର ସାଂସଦ ମଧ୍ୟ ଥିଲେ। ୧୯୬୨ ମସିହାରେ କିଶୋରୀମୋହନ ତ୍ରିପାଠୀ ଅବିଭକ୍ତ ମଧ୍ୟପ୍ରଦେଶର ଧର୍ମଜୟଗଡରୁ ପ୍ରଥମ ବିଧାୟକ ମଧ୍ୟ ନିର୍ବାଚିତ ହୋଇଥିଲେ। କିଶୋରୀ ମୋହନ ତ୍ରିପାଠୀ ସ୍ଥାପନା କରିଥିବା ସାପ୍ତାହିକ ‘ବାୟର’ ଏବେ ଦୈନିକ ପ୍ରକାଶିତ ହେଉଥିବା ବେଳେ ବିପ୍ଲବଙ୍କ ପିତା ସୁଭାଷ ତ୍ରିପାଠୀ ଏହାର ସମ୍ପାଦକ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.