ବିବାହ ଓ ପ୍ରେମ ପ୍ରସଙ୍ଗରେ ଆମକୁ ଆଗରୁ ସ୍ୱପ୍ନରେ ମିଳିଥାଏ ସଙ୍କେତ, ଜାଣନ୍ତୁ ଏ ସମ୍ପର୍କିତ୧୦ ସୂଚନା

Published By : Prameya-News7 Bureau | November 11, 2019 IST

ଜ୍ୟୋତିଷ ଶାସ୍ତ୍ରରେ ସ୍ୱପ୍ନ ଜ୍ୟୋତିଷର ମଧ୍ୟ ସ୍ୱତନ୍ତ୍ର ସ୍ଥାନ ରହିଛି। ସ୍ୱପ୍ନରେ ଆମକୁ ଆଗାମୀ ଭବିଷ୍ୟତର ସଙ୍କେତ ପୂର୍ବରୁ ହିଁ ମିଳିଯାଇଥାଏ। ତେବେ ସବୁଠାରୁ ବଡ କଥା ହେଲା ଆମକୁ ସ୍ୱପ୍ନର ସଙ୍କେତକୁ ବୁଝିବାକୁ ହେବ। ତେବେ ବିବାହ ଓ ପ୍ରେମ ସମ୍ପର୍କରେ କିପରି ସ୍ୱପ୍ନରେ ସଙ୍କେତ ମିଳିଥାଏ ଆସନ୍ତୁ ଆଲୋଚନା କରିବା ।

{"id":182548}

ଯଦି ସ୍ୱପ୍ନରେ କେହି ଉଡାଜାହାଜରେ ବସି ଉଡୁଥିବାର ଦେଖେ ତେବେ ଏହା ତାଙ୍କ ଲାଗି ବିବାହର ପୂର୍ବ ସୂଚନା ବୁଝିନେବାକୁ ହେବ। ଏଭଳି ସ୍ୱପ୍ନକୁ ଜ୍ୟୋତିଷୀରେ ବିବାହର ସମ୍ଭାବନାକାରକ ବୋଲି କୁହାଯାଏ। ସେହିଭଳି ଯଦି କେହି ସ୍ୱପ୍ନରେ ମୁଦ୍ରିକା ବା ହାର ଆଦି ଦେଖନ୍ତି ତେବେ ତାଙ୍କର ଲଭ ଲାଇଫ ବହୁତ ଖୁସିରେ କଟେ ବୋଲି କୁହାଯାଏ। ସେହିପରି କୁଆଁରୀ ଝିଅମାନେ ଯଦି ସ୍ୱପ୍ନରେ ଶିଳ୍ପକାରଙ୍କୁ ଦେଖନ୍ତି ତେବେ ତାଙ୍କୁ ତାଙ୍କ ମନ ପସନ୍ଦର ପତି ମିଳନ୍ତି।

{"id":182550}

ସେହିପରି ଯଦି କୌଣସି ବିବାହିତ ବ୍ୟକ୍ତି ସ୍ୱପ୍ନରେ ତାଙ୍କର ବିବାହ ହେଉଥିବାର ଦେଖନ୍ତି ତେବେ ତାଙ୍କ ବୈବାହିକ ଜୀବନରେ ସମସ୍ୟା ଉପୁଜିବାର ଏହା ଏକ ପୂର୍ବ ସଙ୍କେତ ବୋଲି ବୁଝାଯାଇପାରେ। ସେହିପରି ଯଦି କୌଣସି ଯୁବତୀ ସ୍ୱପ୍ନରେ ତାଙ୍କର ବାନ୍ଧବୀ ତାଙ୍କୁ ଦେଇଥିବା ଚୁଡି ପିନ୍ଧୁଥିବାର ଦେଖନ୍ତି ତେବେ ତାଙ୍କର ବିବାହ ଖୁବ୍ ନିକଟରେ ବୋଲି ବୁଝିବାକୁ ହୁଏ। ସେହିପରି ଯଦି କେହି ସ୍ୱପ୍ନରେ ତାଙ୍କର ବିବାହ ଲାଗି ନିର୍ବନ୍ଧ ହେଉଥିବାର ଦେଖନ୍ତି ତେବେ ତାଙ୍କର ବିବାହରେ ବହୁତ ବିଳମ୍ବ ହୁଏ।

{"id":182551}

ଯଦି କୌଣସି ଯୁବତୀ ସ୍ୱପ୍ନରେ ସେ ମେଳାରେ ବୁଲୁଥିବାର ଦେଖନ୍ତି ତେବେ ଖୁବ୍ ଶୀଘ୍ର ସେ ପସନ୍ଦ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିବା ନିଶ୍ଟିତ ବୋଲି ବୁଝିବାକୁ ହେବ। ଯଦି ସ୍ୱପ୍ନରେ କେହି ଖୁସି ହୋଇ ନାଚୁଥିବାର ଦେଖେ ତେବେ ଜାଣନ୍ତୁ ତାଙ୍କର ବିବାହ ଖୁବ୍ ନିକଟରେ। ତେବେ ବିବାହିତ ସ୍ତ୍ରୀ ଅଥବା ପୁରୁଷ ସ୍ୱପ୍ନରେ ଯଦି ବିବାହ ବିଚ୍ଛେଦର ସ୍ୱପ୍ନ ଦେଖନ୍ତି ତେବେ ଜାଣିବାକୁ ହେବ ସେମାନଙ୍କ ବୈବାହିକ ଜୀବନରେ ଝଡ ଉଠିବାକୁ ଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.