Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ଜଗନଙ୍କ ଓଡିଶା ଗସ୍ତ ପୂର୍ବରୁ ଆନ୍ଧ୍ରର ଦାଦାଗିରି, କୋଟିଆରେ ହୋର୍ଡିଂ ଲଗାଇଲେ ଅଧିକାରୀ

7/11/2021 at 11:12 PM

କୋଟିଆ ୦୭।୧୧: ଆସନ୍ତା ୯ ତାରିଖରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ  ଜଗନମୋହନ ରେଡ୍ଡୀ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଏହି ସମୟରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପୋଲାଭରମ ପ୍ରକଳ୍ପ, କୋଟିଆ ସହ ଦୁଇ ରାଜ୍ୟ ମଧ୍ୟରେ ଥିବା ଅନ୍ୟ ବିବାଦ ଉପରେ ଆଲୋଚନା କରିବେ। ହେଲେ ଜଗନଙ୍କ ଓଡିଶା ଗସ୍ତ ପୂର୍ବରୁ ଆନ୍ଧ୍ର ପୁଣି ଥରେ ନିଜର ଦାଦାଗିରି ଦେଖାଇଛି। କୋଟିଆରେ ନିଜର ଅସ୍ଥିତ୍ଵ ଜାହିର କରିବାକୁ ପଛଘୁଞ୍ଚା ଦେଇ ନାହିଁ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆସନ୍ତା ୯ ତାରିଖରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ଥିବାବେଳେ କୋଟିଆ ପଞ୍ଚାୟତରେ ଅଧିକ ସକ୍ରିୟ ହୋଇଉଠିଛି ଆନ୍ଧ୍ର ଅଧିକାରୀ ଓ ଏଜେଣ୍ଟ। ଆଜି ଫଗୁଣ ସିନେରି ଠାରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ଲେଖା ସହ ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥିବା ଏକ ହୋର୍ଡିଂ ଲଗାଇଇଛି ଆନ୍ଧ୍ର।

ଆନ୍ଧ୍ରର ITDA ଅଧିକାରୀ କୁର୍ମାନାଥ ଆଜି କୋଟିଆ ପଞ୍ଚାୟତର ଫଗୁଣସିନେରି, ଫାଟୁସିନେରି, ମାଡକର ତଳସେମ୍ବି ଓ ଉପରସେମ୍ବି ଗ୍ରାମସହ ବିଭିନ୍ନ ଗ୍ରାମ ପରିଦର୍ଶନ କରି ଆନ୍ଧ୍ର ଅଙ୍ଗନବାଡ଼ି କେନ୍ଦ୍ର, ବିଦ୍ୟାଳୟ ବୁଲି ଦେଖିବା ସହ ସ୍ୱାସ୍ଥ୍ୟବସ୍ଥା ଓ କୋଭିଡ ଟିକାକରଣକୁ ନେଇ ଆଲୋଚନା କରିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ରାସନ୍ କାର୍ଡ ଯୋଗେଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

   Related Posts