ମୁଦ୍ରା ଜାରି ହେବା ପୂର୍ବରୁ ଚୋରାଇ ନେଇଥିଲେ କର୍ମଚାରୀ, ତଦନ୍ତ ଜାରି

Published By : Prameya-News7 Bureau | July 29, 2020 IST

ମୁମ୍ବାଇ ୨୯।୭:  ଭାରତ ସରକାରଙ୍କ ଟଙ୍କାଶାଳରେ କାର୍ଯ୍ୟ କରୁଥିବା ଜନୈକ କର୍ମଚାରୀ ୪୦ ଟଙ୍କା ଚୋରାଇ ଧରାପଡିଛନ୍ତି। ସେ ଯେଉଁ ମୁଦ୍ରା ଚୋରି କରିଥିଲେ ତାହା ଥିଲା ୨ଟି ୨୦ ଟଙ୍କିଆ ମୁଦ୍ରା। ଦେଶରେ ଏପର୍ଯ୍ୟନ୍ତ ଏହି ମୁଦ୍ରାର ପ୍ରଚଳନ ହୋଇ ନାହିଁ। ଗତ ଏପ୍ରିଲମାସରେ ଆରବିଆଇ ଏହି ମୁଦ୍ରା ଜାରି କରିଥାନ୍ତେ। ତେବେ କୋଭିଡ-୧୯ ମହାମାରୀ ଯୋଗୁ ଏଥିରେ ବିଳମ୍ବିତ ହୋଇଥିବା ବେଳେ କର୍ମଚାରୀ ତାହା ଚୋରାଇ ନେଇଥିଲେ।

{"id":307331,"sizeSlug":"large"}

ମୁମ୍ବାଇ ଟଙ୍କାଶାଳ ୧୮୨୯ ମସିହାରେ ସ୍ଥାପିତ ହୋଇଥିଲା। ଦେଶର ୪ଟି ଟଙ୍କାଶାଳ ମଧ୍ୟରୁ ଏହା ଅନ୍ୟତମ ଓ ପ୍ରମୁଖ। ବାକି ୩ଟି ଟଙ୍କାଶାଳ ହାଇଦ୍ରାବାଦ, କୋଲକାତା ଓ ନୋଏଡାରେ ରହିଛି। ମୁମ୍ବାଇ ଟଙ୍କାଶାଳର ସିଆଇଏସଏଫ ସୁରକ୍ଷାକୁ ଚକମା ଦେଇ କର୍ମଚାରୀ ଏହି ମୁଦ୍ରା ଚୋରାଇ ନେଇଛନ୍ତି। ସେ ଜାଣିଥିଲେ କଡା ସୁରକ୍ଷା ବ୍ୟବସ୍ଥାରେ ସେ ଟଙ୍କାଶାଳରୁ ଟଙ୍କା ନେଇ ପାରିବେନି। ଏଣୁ ସେ ତାଙ୍କ ଲକରରେ ଏହାକୁ ଲୁଚେଇ ଦେଇଥିଲେ।

{"id":307332,"sizeSlug":"large"}

ତେବେ ଜାରି ହେବାକୁ ଥିବା ୨୦ ଟଙ୍କିଆ ମୁଦ୍ରା ନଥିବା ଜଣାପଡିବା ପରେ ଟଙ୍କାଶାଳରେ ଚହଳ ପଡିଥିଲା। ଏ ନେଇ ପୋଲିସରେ ଅଭିଯୋଗ ହେବା ପରେ ତଦନ୍ତ ବେଳେ କର୍ମଚାରୀଙ୍କ ଲକରରୁ ୨ଟି ୨୦ ଟଙ୍କିଆ ମୁଦ୍ରା ଜବତ ହୋଇଥିଲା। ପୋଲିସ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ଧାରାରେ ମୋକଦ୍ଦମା ରୁଜୁ ହୋଇଛି।

{"id":307335,"sizeSlug":"large"}

୨୦ ଟଙ୍କିଆ ମୁଦ୍ରା ୧୦ଟଙ୍କା ମୁଦ୍ରା ଭଳି। ଏହାର ବାହାର ପାର୍ଶ୍ୱ ୬୫ ପ୍ରତିଶତ କପରରେ ନିର୍ମିତ ହୋଇଥିବା ବେଳେ ଏଥିରେ ୧୫ ପ୍ରତିଶତ ଜିଙ୍କ, ୨୦ ପ୍ରତିଶତ ନିକେଲକେ ନିର୍ମିତ ହୋଇଛି। କରୋନା ଭାଇରସ ମହାମାରୀ ଯୋଗୁ କର୍ମଚାରୀଙ୍କୁ ପୋଲିସ ଗିରଫ କରିନାହିଁ। ତେବେ ତାଙ୍କୁ ଘରେ ରହି ମାମଲା ତଦନ୍ତରେ ସହଯୋଗ କରିବାକୁ ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.