୧୦୦ବର୍ଷ ତଳେ ଏକ ଭୟଙ୍କର ମହାମାରୀରେ ଥରିଯାଇଥିଲା ସାରା ବିଶ୍ୱ, ୟୁରୋପ-ଆମେରିକାରେ ପ୍ରାଣ ହରାଇଥିଲେ ୧୦କୋଟି ଲୋକ

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ ୦୨।୦୪: ଗୋଟିଏ ଭାଇରସ ସାରା ବିଶ୍ବର ମଣିଷଙ୍କ ମୁହଁରେ ମୁଖା ପିନ୍ଧାଇ ଦେଇଛି। ହଜାର ହଜାର ଲୋକ ପ୍ରାଣ ହରାଇଲେଣି। ଆଉ କେତେ ପ୍ରାଣ ହରାଇବେ ତାକୁ ନେଇ ସବୁ ଦେଶ ଚିନ୍ତାରେ ଅଛନ୍ତି । ତେବେ ସାରାବିଶ୍ୱ ଏବେ ଆତଙ୍କିତ । ଆଜିର ସ୍ଥିତି ଭଳି ଏକ ସ୍ଥିତି ଠିକ୍ ଶହେ ବର୍ଷ ତଳେ ପୃଥିବୀକୁ ଥରାଇଦେଇଥିଲା । ତାହା ଥିଲା ସ୍ପାନିସ୍ ଫ୍ଲୁ ଭୂତାଣୁ ଓ ସେଥି ଜନିତ ଜ୍ୱର।  ସେହି ଭୟଙ୍କର ମହାମାରୀରେ ୟୁରୋପ  ଏବଂ ଆମେରିକାରେ ୧୦ କୋଟି ଲୋକ ପ୍ରାଣ ହରାଇଥିଲେ।

{"id":247919,"sizeSlug":"large"}

ଠିକ୍ ଶହେ ବର୍ଷ ତଳର କଥା। ହଠାତ ଆମେରିକାରେ ଦେଖାଦେଲା ଏହି ରହସ୍ୟମୟ ଥଣ୍ଡା ରୋଗ। ମାତ୍ର କିଛି ଦିନ ଭିତରେ ରୋଗ ଚାରିଆଡ଼େ ବ୍ୟାପିଗଲା। କେହି କିଛି ଜାଣିପାରିଲେନି ଏ ରୋଗ କଣ। କିନ୍ତୁ ଆତଙ୍କ ଖେଳିଗଲା । ପରେ ପରେ ଏହି ରୋଗକୁ ସ୍ପାନିସ୍ ଇନଫ୍ଲୁଏନ୍ଜା ବା ସ୍ପାନିସ ଫ୍ଲୁ ଭାବେ ନାମିତ କରାଯାଇଥିଲା । ଖବର କାଗଜରେ ଏହି ରୋଗରେ ସ୍ପେନ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ପ୍ରକାଶ ପାଇବାରୁ ଏହି ରୋଗର ନାଁ ଧିରେ ଧିରେ ସ୍ପାନିସ୍ ଫ୍ଲୁ ହୋଇଥିଲା । ୧୯୧୮ରୁ ୧୯୧୯ ଏହି ରୋଗ ଦେଶରୁ ଦେଶ ଡେଇଁଚାଲିଥିଲା ଆଉ ମୃତ୍ୟୁର ତାଣ୍ଡବ ଖେଳାଇଥିଲା। ଆଜିର ସ୍ଥିତି ଯେମିତି ସ୍ଥିତି ଦେଖିବାକୁ ମିଳୁଛି ।

{"id":247920,"sizeSlug":"large"}

ସେତେବେଳେ ସେହିଭଳି ସ୍ଥିତି ଦେଖାଦେଇଥିଲା । ସମସ୍ତେ ମୁହଁରେ ମାସ୍କ ପିନ୍ଧିଲେ । କେହି କାହାକୁ ଛୁଇଁବାକୁ ଡରିଥିଲେ। ହଜାର ହଜାର ଲୋକ ଆଇସୋଲେସନରେ ରହିଲେ । ଲୋକଙ୍କୁ ପୃଥକ ପୃଥକ ରଖି  ଚିକିତ୍ସା କରାଯାଇଥିଲା। କରୋନା ଭାଇରସ ପାଇଁ ଏବେ ଯେମିତି ସବୁ ଦୃଶ୍ୟ ଦେଖାଯାଉଛି ।  ସେତେବେଳେ ସେମିତି କିଛି ସବୁ ଦେଖାଦେଇଥିଲା। କେଉଁଠି ରାସ୍ତାରେ ପଡ଼ି କିଏ ପ୍ରାଣ ହରାଇଲା, କେଉଁଠି ପୂରା ପରିବାର ନିଶ୍ଚିହ୍ନ ହୋଇଗଲା। ଏପରିକି ସେନାବାହିନୀକୁ ବି ଅସ୍ତବ୍ୟସ୍ତ କରିଦେଇଥିଲା ଏହି ସ୍ପାନିସ ଫ୍ଲୁ ।

{"id":247921,"sizeSlug":"large"}

ସେତେବେଳେ ବିଶ୍ବର ୩୦ ପ୍ରତିଶତ ଲୋକ ଏଥିରେ ଆକ୍ରାନ୍ତ ହୋଇଥିଲେ। ସବୁଠାରୁ ବେଶେ ୨୦ରୁ ୪୦ ବର୍ଷର ଯୁବକଯୁବତୀ ଏଥିରେ ପ୍ରାଣ ହରାଇଥିଲେ। ବିଶ୍ବର ମଦର ଅଫ ଅଲ୍ ପାଣ୍ଡେମିକ ଭାବେ ଜଣାଯାଇଥାଏ ସ୍ପାନିସ୍ ଫ୍ଲୁ।   ଆଉ ସେତେବେଳେ ଏହି ରୋଗ ବିରୋଧରେ ବିଜୟ ମିଳିଥିଲା କେବଳ  ସାମାଜିକ ଦୂରତ୍ବ ମାଧ୍ୟମରେ ।

{"id":247922,"sizeSlug":"large"}

ଅର୍ଥନୀତି ଭୁଶୁଡ଼ି ପଡ଼ିଥିଲା ଏହା ସତ୍ତ୍ବେ ବି ଲୋକେ ଘରେ ରହିଲେ ଧିରେ ଧିରେ ଏହି ସ୍ପାନିସ୍ ଇନ୍ଫ୍ଲୁଏନ୍ଜା ଦୂରେଇ ଯାଇଥିଲା। ହେଲେ ଏବେବି ଏହି ସ୍ପାନିସ ଇନଫ୍ଲୁଏନ୍ଜାକୁ ନେଇ  ଗବେଷଣା ଶେଷ ହୋଇନାହିଁ।  କେହି ଏହାକୁ ବାର୍ଡ ଫ୍ଲୁ କହିଲେ ଆଉ କେହି ସ୍ବାଇନ ଫ୍ଲୁ କିମ୍ବା  ଏମିତିକି ଘୁଷୁରୀ ଭଳି ଅନେକ ସିମଟମ ରୋଗୀଙ୍କଠାରେ ଦେଖାଦେଇଥିଲା। ଏଚୱାନଏନୱାନ ଶ୍ରେଣୀର ଏହି ଭୂତାଣୁକୁ ନେଇ ଅନେକ ଗବେଷଣା ହୋଇଛି ତେବେ ଇତିହାସରେ ରହିଯାଇଛି ଶହେ ବର୍ଷ ତଳର ସେହି ଦିନର ଚିତ୍ରଗୁଡ଼ିକ ଯାହାକି ସାରା ବିଶ୍ବକୁ ଅସ୍ତବ୍ୟସ୍ତ କରିଦେଇଥିଲା। 

{"id":247924,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.