Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିସ୍ତାର ପୂର୍ବରୁ ଛୁଟି, କ୍ୟାବିନେଟରୁ ଇସ୍ତଫା ଦେଲେ ନିଶଙ୍କ, ଗଙ୍ଗଓ୍ଵାର ଓ ସଦାନନ୍ଦ ଗୌଡା

7/07/2021 at 2:12 PM

ନୂଆଦିଲ୍ଲୀ୦୭।୦୭ : ନରେନ୍ଦ୍ର ମୋଦୀ କ୍ୟାବିନେଟରେ ବଡ ଧରଣର ଅଦଳବଦଳ ଏବଂ ସଂପ୍ରସାରଣର କାଉଣ୍ଟଡାଉନ୍ ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ପଦରୁ ହଟା ଯାଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ରହିବା କାରଣରୁ ତାଙ୍କୁ ମନ୍ତ୍ରି ପଦରୁ ହଟାଯାଉଥିବା କୁହାଯାଉଛି। ଏହା ବ୍ୟତୀତ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଦେବାଶ୍ରୀ ଚୌଧୁରୀ ଓ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ସଦାନନ୍ଦ ଗୌଡାଙ୍କୁ ମଧ୍ୟ କ୍ୟାବିନେଟରୁ ଛୁଟି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ବିଭିନ୍ନ ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି । ଥାବର ଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ, ହରି ବାବୁ କୁମ୍ଭମପତି ମିଜୋରାମ ରାଜ୍ୟପାଳ, ମଙ୍ଗୁ ଭାଇ ଛଗନ ଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ରାଜେନ୍ଦ୍ର ବିଶ୍ୱନାଥ ଆଲରେକରଙ୍କୁ ହିମାଚଳ ପ୍ରଦେଶ ରାଜ୍ୟପାଳ, ହରିୟାଣା ରାଜ୍ୟପାଳ ଭାବେ ବନ୍ଦାରୁ ଦତ୍ତାତ୍ରେୟ ଓ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି ପୀ ଶ୍ରୀଧରନ । ସେହିଭଳି ରମେଶ ବୈସଙ୍କୁ ଝାଡଖଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ତ୍ରିପୁରା ରାଜ୍ୟପାଳ ଭାବେ ସତ୍ୟଦେବ ନାରାୟଣଙ୍କୁ ଗତକାଲି ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ।

ସନ୍ଧ୍ୟା ୬ଟାରେ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ନୂତନ ମନ୍ତ୍ରୀଙ୍କ ପାଇଁ ଶପଥ ଗ୍ରହଣ ସମାରୋହ ଆୟୋଜନ ହେବ। ମୋଦୀ ସରକାରଙ୍କ କ୍ୟାବିନେଟ୍ ସଂପ୍ରସାରଣରେ ୧୯ ନୂତନ ଚେହେରା ସାମିଲ କରାଯାଇପାରେ। ଏଥି ସହ ମନ୍ତ୍ରିପରିଷଦର ସଂଖ୍ୟା ୫୩ରୁ ବୃଦ୍ଧି ପାଇ ୭୨ ହେବ। କ୍ୟାବିନେଟ୍ ଅଦଳ ବଦଳରେ କିଛି ମନ୍ତ୍ରୀଙ୍କ ଗୁରୁତ୍ଵ ଆହୁରି ବଢାଇ ଦିଆଯାଇପାରେ। ଏଥିରେ ପ୍ରମୁଖ ନାମ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନାମ ରହିଛି।

କ୍ୟାବିନେଟ୍ ସଂପ୍ରସାରଣରେ ଆସନ୍ତା ବର୍ଷ ଯେଉଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ସେହି ରାଜ୍ୟଗୁଡିକ ପ୍ରତି ବିଶେଷ ଗୁରୁତ୍ଵ ଦିଆଯାଇଛି। ଯୁବ ଚେହେରା ସାମିଲ କରାଯିବା ସହ ଜାତିଗତ ସମୀକରଣ ପ୍ରତି ମଧ୍ୟ ବିଶେଷ ଧ୍ୟାନ ରଖାଯାଇଛି। ମୋଦୀ କ୍ୟାବିନେଟର ବିସ୍ତାରରେ ଚୂଡାନ୍ତ ମୋହର ବାଜିବା ପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଛୁଟି ହୋଇଛି। ବିଶେଷ ସୂତ୍ର ଅନୁଯାୟୀ, ଏବେ ତାଙ୍କ ସ୍ଥାନରେ ଅଜୟ ଭଟ୍ଟଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇପାରେ। ଅନ୍ୟପଟେ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ପଦୋନ୍ନତି ମିଳିପାରେ। ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ  ଦିଆଯାଇପାରେ।

   Related Posts