Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବିଲ୍‌ ଓ ମିଲିଣ୍ଡାଙ୍କ ଛାଡପତ୍ର ଘୋଷଣା ପୂର୍ବରୁ ସେମାନଙ୍କ ସମସ୍ତ ସେୟାର ବିକି ଦେଇଛନ୍ତି ତାଙ୍କ ଫାଉଣ୍ଡେସନ

25/05/2021 at 6:18 PM

ସିୟଟଲ: ବିଶ୍ୱର ଧନିକ ଦମ୍ପତ୍ତି ବିଲ୍‌ ଗେଟସ୍‌ ଏଣ୍ଡ ମିଲିଣ୍ଡା ଗେଟସ୍ ମେ ପ୍ରଥମ ସପ୍ତାହରେ ସେମାନଙ୍କ ବିବାହ ବିଚ୍ଛେଦ ଘୋଷଣା କରିଥିଲେ। ତେବେ ସେମାନଙ୍କ ଦ୍ୱାରା ସ୍ଥାପିତ ଫାଉଣ୍ଡେସନ ଏହି ଘୋଷଣାର ଅନେକ ପୂର୍ବରୁ ଏପଲ୍‌ ଓ ଟ୍ୱିଟରର କିଣିଥିବା ଶହଶହ ମିଲିୟନ ଡଲାରର ସେୟାର ଓ ଷ୍ଟକ୍‌ ବିକିସାରିଥିବା ସିକ୍ୟୁରିଟିଜ୍ ଏଣ୍ଡ ଏକ୍ସଚେଞ୍ଜ କମିଶନ ଫାଇଲିଂରୁ ଏବେ ଜଣାପଡିଛି।

ବିଲ୍‌ଏଣ୍ଡ ମିଲିଣ୍ଡା ଗେଟସ୍‌ ଫାଉଣ୍ଡେସନଙ୍କ ଟ୍ରଷ୍ଟ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ଏପଲ ଓ ଟ୍ୱିଟରରେ ଥିବା ସମସ୍ତ ଭାଗିଦାରୀ ବକ୍ରି କରିଦେଇଥିଲେ। ସେମାନଙ୍କ ଛାଡପତ୍ର ଘୋଷଣା ସହ ବିଲ୍‌ ରୁ ପାଖାପାଖି ୪ ବିଲିୟନ ଡଲାରର ଷ୍ଟକ ମିଲିଣ୍ଡାକୁ ସ୍ଥାନାନ୍ତରିତ ହୋଇଛି।  ବିଶ୍ୱର ଶ୍ରେଷ୍ଠ ଧନିକଙ୍କ ମଧ୍ୟରେ ବିଲ୍‌ ଗେଟସ୍‌ ଅନ୍ୟତମ। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ପ୍ରାୟ ୧୪୬ ବଲିୟନ ଡଲାର।

ତେବେ ବିଲ୍‌ ଓ ମିଲିଣ୍ଡାଙ୍କ ବିବାହ ପୂର୍ବ ଚୁକ୍ତି ଅନୁସାରେ ନୁହେଁ। ଏଣୁ ସେମାନଙ୍କ ସମ୍ପତ୍ତି ଭାଗବଣ୍ଟା ଏବେ ଏକ ପୃଥକ ଚୁକ୍ତି ଉପରେ ନିର୍ଭର କରେ। ଯଦି ଚୁକ୍ତି ଭିତ୍ତିକ ବିବାହ ହୋଇଥାନ୍ତା ତେବେ ଛାଡପତ୍ର ବେଳେ କୋର୍ଟରେ ଏଗ୍ରିମେଣ୍ଟ ଉପସ୍ଥାପନ ହୋଇଥାନ୍ତା। ତେବେ ସେମାନେ କୋର୍ଟରେ ଅପ୍ରତ୍ୟାସିତ ଭାବେ ସେମାନଙ୍କ ବିବାହ ଭାଙ୍ଗି ଯାଇଥିବା କହିଛନ୍ତି। ଏଣୁ ପୃଥକ ଚୁକ୍ତି ଅନୁଯାୟୀ ସେମାନଙ୍କ ସମ୍ପତ୍ତି ଭାଗବାଣ୍ଚ କରିବାକୁ ନିବେଦନ କରିଛନ୍ତି।

   Related Posts