ମରିବା ପୂର୍ବରୁ ନିଜ ରକ୍ତରେ 'ମଧୁ' ବୋଲି ଲେଖିଥିଲେ କୃଷ୍ଣଚନ୍ଦ୍ର, ପରକୀୟା ପ୍ରିତୀ ହିଁ ହତ୍ୟା ପଛର କାରଣ ବୋଲି ମିଳୁଛି ପ୍ରମାଣ

Published By : Prameya-News7 Bureau | October 07, 2019 IST

ଜଗତସିଂହପୁର ୭|୧୦; ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା  ଦା ଗାଁ ପ୍ରାଥମିକ ଵିଦ୍ୟାଳୟ ଛାତ ଉପରୁ ଗତ କାଲି ଅର୍ଧ ଦଗ୍ଧ  ଅବସ୍ଥାରେ  ମିଳିଥିବା ମୃତ ବ୍ୟକ୍ତିଙ୍କର  ପରିଚୟ ମିଳିବା ପରେ ଧୀରେ ଧୀରେ ଏହି ହତ୍ୟାକାଣ୍ଡର ଗୋଟିଏ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।  । ମୃତକ ନୟାଗଡ଼ ଜିଲା ଚାନ୍ଦପୁର ଥାନା କୋକାକାଇ ଗାଁର  କୃଷ୍ଣଚନ୍ଦ୍ର ଚମ୍ପତିରାୟ ବୋଲି ଆଜି ସକାଳେ ପରିଚୟ ମିଳିଥିଲା ।  ପରକିୟା  ପ୍ରୀତିକୁ ନେଇ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରା ଯାଇ ଥିବାର ମଧ୍ୟ ତାଙ୍କର ପରିବାର ଲୋକେ ଅଭିଯୋଗ କରିଥିଲେ । ଏବେ ଏହାର ପ୍ରମାଣ ମଧ୍ୟ ଲାଗିଛି ପୋଲିସ ହାତରେ । କୃଷ୍ଣଚନ୍ଦ୍ର ମରିବା ପୂର୍ବରୁ ରକ୍ତରେ ମଧୁ ବୋଲି ଲେଖିଥିବା ପୋଲିସ ମାର୍କ କରିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ହତ୍ୟାକାଣ୍ଡ ସହ ମୃତ କୃଷ୍ଣଚନ୍ଦ୍ରଙ୍କ ପ୍ରେମିକା ମଧୁର ଭୂମିକା ରହିଛି ।

{"id":167193}

ମୃତକ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକେ ଆଜି ଜଗତସିଂହପୁର ଥାନାରେ ପହଁଚି ଶବ ଚିହ୍ନଟ କରିବା ପରେ ଘଟଣା ନୂଆ ମୋଡ଼ ନେଇଥିଲା । ପରକିୟା  ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବାର ହୋଇଛି ଅଭିଯୋଗ କରିଥିଲେ ପରିବାର ଲୋକେ ।ନୟଗଡ ଜିଲ୍ଲା କାଞ୍ଚନପୁର  କୋକାକାଇ ଗାଁର କୃଷ୍ଣଚନ୍ଦ୍ର ଚମ୍ପତିରାୟ  ଗତ ୫ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ଏକ ୩ବର୍ଷର ଝିଅ ଅଛି । ସେ ହାଇଦ୍ରାବାଦ ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ।

{"id":167194}

ଗତ ୮ ଦିନ ତଳେ ବାପାଙ୍କର ପିଣ୍ଡ ଦେବାପାଇଁ ଗାଁକୁ ଆସିଥିଲେ । ତେବେ ସେ ଘରେ କିଛି ନକହି ୨ ଦିନ ତଳେ ଘାରୁ ବାହାରି ଆସିଥିଲେ । ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ କୃଷ୍ଣଚନ୍ଦ୍ର ଗତ କିଛି ଦିନ ହେବ ମଧୁ ନାମକ ଜଣେ ମହିଳାଙ୍କ ସହିତ ବାରମ୍ବାର ମୋବାଇଲରେ କଥା ହେଉଥିଲେ । ଏହାକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହେଉଥିଲା । କୃଷ୍ଣଙ୍କ ସ୍ତ୍ରୀ ସମ୍ପୃକ୍ତା ମହିଳାଙ୍କୁ ମଧ୍ୟ ଫୋନ କରି କଥା ନହେବା ପାଇଁ ତାଗିଦ କରିଥିଲେ । ତେବେ ସେହି ମଧୁହିଁ ତାଙ୍କ ସ୍ବାମୀଙ୍କୁ ଡକାଇ ହତ୍ୟା କରିଥିବାର ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

{"id":167195}

କୃଷ୍ଣଚନ୍ଦ୍ର ଓ ମଧୁଙ୍କର କିଛି ଆପତ୍ତିଜନକ ଜଏଣ୍ଟ ଫଟୋ ହସ୍ତଗତ ହୋଇଥିବା ବେଳେ ଏହି ଫଟୋରେ କୃଷ୍ଣଚନ୍ଦ୍ରଙ୍କର ମୁହଁରେ ନାଲି ରଙ୍ଗର ଛକି ମରା ଯାଇଥିବାର ଦେଖା ଯାଇଛି । ତେବେ ଏ ଛକି କିଏ ମାରିଲା ଓ କାହିଁକି ଛକି ମାରିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସମ୍ପୃକ୍ତା ମହିଳା ମଧୁହିଁ ତାଙ୍କୁ ଡକାଇ ହତ୍ୟା କରିଥିବାର ଅଭିଯୋଗ ହେଉଛି ।

{"id":167196}

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଦା ଗାଁ ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଏହି ଘଟଣା ଘଟିଥିଲା ।   ଗତ ଶନିବାର ବିଳମ୍ବିତ ରାତିରେ ଗ୍ରାମବାସୀ ମାନେ  ନିକଟସ୍ଥ ମନ୍ଦିରରେ ପୂଜା କରୁଥିବା ବେଳେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର ଶୁଣିଥିଲେ ।

{"id":167200}

ପାଟି  ଶୁଣି  ଗ୍ରାମବାସୀ ମାନେ ସ୍କୁଲ ନିକଟରେ ପହଁଚି ଜଣେ ବ୍ୟକ୍ତି ସ୍କୁଲ ଛାତ ଉପରେ ପୋଡି ଯାଉଥିବା ଦେଖିଥିଲେ । ଗ୍ରାମବାସୀ ତୁରନ୍ତ ନିଆଁ ଲିଭାଇବା ସହ ବାଲିକୁଦା ପୋଲିସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଡକାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଜଗତସିଂହପୁର ଡାକ୍ତର ଖାନାକୁ ଆଣିଥିଲେ ମଧ୍ୟ ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।  ସମ୍ପୃକ୍ତ ବ୍ୟକ୍ତି ଜଣକ ମୃତ୍ୟୁ ପୂର୍ବରୁ ତାଙ୍କର ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି କହିଥିଲେ ମଧ୍ୟ ନିଜର ନାଁ କହି ପାରି ନଥିଲେ । ତାପୂର୍ବରୁ ତାଙ୍କର ପାଟି ବନ୍ଦ ହୋଇ ଯାଇଥିଲା ।

{"id":167198}

 ଘଟଣା ସ୍ଥଳରେ ବାଲିକୁଦା ପୋଲିସ ଓ ଜଗତସିଂହପୁର ଏସ୍ଡିପିଓ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍କୁଲ ଏବେ ଛୁଟି ଥିବା ବେଳେ ଏହି ବ୍ୟକ୍ତି ଜଣକ  ସ୍କୁଲ ଛାତ ଉପରକୁ କିପରି ଆସିଲେ ଓ ସେ ନିଜେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରିଛି ସେ ବାବଦରେ ପୋଲିସ ତଦନ୍ତ ଚଳାଇଛି ।ଏହି ଦଦନ୍ତବେଳେ ଦେହରେ ନିଆଁ ଲାଗିବା ପରେ କାନ୍ଥରେ ନିଜ ରକ୍ତ ସାହାର୍ଯ୍ୟରେ ମଝୁ ବୋଲି କୃଷ୍ଣଚନ୍ଦ୍ର ଲେଖିଥିବା ପୋଲିସ ଦେଖିପାରିଛି ।  

{"id":167199}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.