ଆରମ୍ଭ ହେଲା କାଉଣ୍ଟିଂ କାଉଣ୍ଟଡାଉନ: କେନ୍ଦ୍ର ଓ ରାଜ୍ୟ ବାବଦରେ ନେତାଙ୍କ ଶେଷ ମୁହୂର୍ତ୍ତ ଆକଳନ କଣ ଜାଣନ୍ତୁ

Published By : Prameya-News7 Bureau | May 22, 2019 IST

ଭୁବନେଶ୍ବର୨୨|୫: ଆସନ୍ତା କାଲି ସକାଳ ୮ଟାରୁ ଆରମ୍ଭ ହେବ କାଉଣ୍ଟିଂ । ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସମୟ ଯେତିକି ଗଡ଼ୁଛି,  ସେତିକି ବଢ଼ୁଛି ନେତାଙ୍କ ହାର୍ଟବିଟ୍‌ । ସେପଟେ କ’ଣ ଆସିଛି ଜନତାଙ୍କ ଫୈସଲା ତାକୁ ନେଇ ମଧ୍ୟ ଜନତାଙ୍କ ଭିତରେ ଉତ୍କଣ୍ଠା କିଛି କମ୍‌ ନାହିଁ । ରାଜ୍ୟ ତଥା ଦେଶରେ କିଏ ଗଢ଼ିବ ସରକାର । କାହା ସପକ୍ଷରେ ଯାଇଛି ଜନାଦେଶ-୨୦୧୯ । …..

{"id":114821}

କାଲି ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷାଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଯିବ ଭୋଟ ଗଣତି । ସମୟ ଯେତିକି ଗଡ଼ୁଛି,  ସେତିକି ବଢ଼ୁଛି ନେତାଙ୍କ ହାର୍ଟବିଟ୍‌ । ସେପଟେ କ’ଣ ଆସିଛି ଜନତାଙ୍କ ଫୈସଲା ତାକୁ ନେଇ ମଧ୍ୟ ଜନତାଙ୍କ ଭିତରେ ଉତ୍କଣ୍ଠା କିଛି କମ୍‌ ନାହିଁ ।

{"id":114822}

ରାଜ୍ୟରେ କିଏ ଗଢ଼ିବ ସରକାର ? କାହା ହାତରେ ରହିବ ଦେଶର ଦାୟିତ୍ବ  ?  ଏସବୁ ପ୍ରଶ୍ନର ଉତ୍ତର ପାଇଁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ । ୨ଦିନ ତଳେ ଆସିଥିବା ଏକଜିଟ୍‌ ପୋଲ୍‌ର ଅନୁମାନ ଏକଜାଟ୍‌ ପୋଲରେ କେତେ ରିଫ୍ଲେକ୍ଟ କରୁଛି ତା’ ଉପରେ ମଧ୍ୟ ରହିବ ନଜର । 

{"id":114823}

ତେବେ ୨୦୧୯ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନେତାଙ୍କ ବୟାନବାଜି, ରାଜନୀତି ମଇଦାନକୁ ଅଧିକ ସରଗରମ କରିଛିବିଜୟ ନେଇ ସମସ୍ତ ରାଜନୈତିକ ଦଳର ଦମ୍ଭୋକ୍ତି ସବୁ ଅଙ୍କ ଆକଳନ ଭିତରେ ଦ୍ବନ୍ଦ୍ବ ପୁରାଇଛି

{"id":114824}

ଏଥର ଏକଜିଟ୍‌ ପୋଲ୍‌ ସର୍ଭେକୁ ଗ୍ରହଣ କରିପାରୁନାହାନ୍ତି ବିଜେପି ବିରୋଧୀ । ଏମିତିର କାରଣ ଏୟା ହୋଇପାରେ ଯେ, ନିକଟକ ଅତୀତରେ ଆନ୍ଧ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ବିହାର, ତାମିଲନାଡ଼ୁ, ଦିଲ୍ଲୀ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଏକଜିଟ୍‌ ପୋଲ ଆକଳନ ଭୁଲ୍‌ ସାବ୍ୟସ୍ତ ହୋଇଥିଲା । ଏମିତିରେ ଏଥର ଶେଷ ପର୍ଯ୍ୟାୟ ଭୋଟ୍‌ ପରେ ଆସିଥିବା ତମାମ ଏକଜିଟ୍‌ ପୋଲ୍‌ ରିପୋର୍ଟ ବିଜେପି ନେତୃତ୍ବାଧୀନ ଏନଡିଏ ସପକ୍ଷରେ ଯାଇଛି ।

{"id":114825}

ହେଲେ ଏହାକୁ କିନ୍ତୁ ଗ୍ରହଣ କରିପାରୁନାହାନ୍ତି ବିରୋଧୀ ମେଣ୍ଟର ନେତା । ଗଲା ଦୁଇ ଦିନ ହେଲା ଦିଲ୍ଲୀ ଦରବାରରେ ବିରୋଧୀଙ୍କ କସରତ ଏହାକୁ ଅଧିକ ସ୍ପଷ୍ଟ କରୁଛି । ସେହିଭଳି ଏକଜିଟ୍‌ ପୋଲ ରିପୋର୍ଟକୁ ନେଇ ଫୁଲ୍‌ କନ୍‌ଫିଡେଣ୍ଟ ଏନଡିଏ କ୍ୟାମ୍ପ । ଜିତ୍‌ର ଜସନ ମନାଇବାକୁ ଲଡୁ, ସମୋସା ତିଆରିରେ  ମାତିଲେଣି କର୍ମୀ ।

{"id":114826}

 ଆମେ ଯଦି ଦେଖିବା ତାହେଲ ଗଲା ସାଢ଼େ ୪ବର୍ଷରେୁ ଅଧିକ ସମୟ ଧରି ଦେଶରେ ଡିମନିଟାଇଜେସନ, ଜିଏସଟି, କଳାଧନ, ରାଫେଲ ଝଡ଼ ଏବଂ ନିଯୁକ୍ତ ପ୍ରତିଶ୍ରୁତି ପୂରଣରେ ଶାସକ ଦଳର ବିଫଳତା ଭଳି ତମାମ ପ୍ରସଙ୍ଗ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଥିଲା । ହେଲେ ଠିକ୍‌ ନିର୍ବାଚନ ପୂର୍ବରୁ ପୁଲଓ୍ବାମ୍‌ ଆଟାକ୍‌କୁ ନେଇ ମୋଦି ସରକାରଙ୍କ ଜବରଦସ୍ତ ଆକ୍ସନ ଏବଂ ପାକିସ୍ତାନ ବାଲାକୋଟରେ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ପୂରା ମାହୋଲ ବଦଳାଇଦେଇଥିଲା

{"id":114827}

ସେହିଭଳି ଆମେ ଯଦି ରାଜ୍ୟ ରାଜନୀତି ଉପରେ ନଜର ପକାଇବା ତାହେଲେ ଏଠି ମଧ୍ୟ ଉଭୟ ବିଜେଡି ଓ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି । ଏକଜିଟ୍‌ ପୋଲ ସର୍ଭେରେ ବିଜେଡି ଲୋକସଭାରେ ୧୧ ଏବଂ  ବିଧାନସଭାରେ ୮୫ରୁ ୯୫ ଆସନ ପାଇପାରେ ବୋଲି ଯେଉଁ ଅନୁମାନ କରାଯାଉଛି ତାକୁ ଗ୍ରହଣ କରିପାରୁନାହାନ୍ତି ବିଜେଡି ନେତା ।

{"id":114828}

ଲୋକସଭାରେ ୧୮ ଓ ବିଧାନସଭାରେ ହନ୍‌ଡ୍ରେଡ୍‌ ପ୍ଳସ ବୋଲି କହୁଛନ୍ତି । ସେପଟେ ସବୁ ଅଙ୍କ ଆକଳନ ଭୁଲ୍‌ ପ୍ରମାଣିତ ହେବ ବୋଲି ଦମ୍ଭ ଦେଖାଉଛି ବିଜେପି । ଓଡ଼ିଶାରେ ବିଜେପିକୁ ଲୋକସଭାରେ ୧୮ ଏବଂ ବିଧାନସଭାରେ ୭୦ ପ୍ଲସ ମିଳିବ ଏବଂ ଦଳ ଓଡ଼ିଶାରେ ସରକାର ଗଢ଼ିବ ବୋଲି କହୁଛନ୍ତି ଦଳୀୟ ନେତା । ତେବେ କାହାର ଗଣିତ ଠିକ୍‌ ତାହା ଆସନ୍ତା କାଲି ଜଣାପଡ଼ିଯିବ । ତଥାପି ରାଜନୀତି ବିଶେଷଜ୍ଞଙ୍କ ମତ ଓଡ଼ିଶାରେ ବିଜେଡି ଓ କେନ୍ଦ୍ରରେ ଏନଡିଏ ସରକାର ହେବା ପ୍ରାୟ ନିଶ୍ଚିତ ।

{"id":114829}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.