ବଜେଟ୍ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ପରାମର୍ଶ ନେବେ ମୋଦୀ, ଶୁକ୍ରବାର ଡାକିପାରନ୍ତି ବୈଠକ

Published By : Prameya-News7 Bureau | January 07, 2021 IST

ନୂଆଦିଲ୍ଲୀ,୦୭/୦୧: କରୋନା ସଙ୍କଟ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ କ୍ଷେତ୍ର ଗୁଡ଼ିକ ପାଇଁ ୮ ତାରିଖ ଦିନ ପୁଣିଥରେ ବୈଠକ ଡାକିବାକୁ ଯାଉଛନ୍ତି। ଏହି ବୈଠକରେ ସେ ମୁଖ୍ୟ ଅର୍ଥନୀତିଜ୍ଞଙ୍କ ସହ ଅନ୍ୟାନ୍ୟ କ୍ଷେତ୍ରର ବିଶେଷଜ୍ଞଙ୍କ ସହ ଆଲୋଚନା କରିବେ। ଯାହାକି ଆଗକୁ ପ୍ରସ୍ତୁତ ହେଉଥିବା ବଜେଟ୍‌ରେ ସାମିଲ କରାଯାଇପାରିବ।

ଏହି ବୈଠକ ନୀତି ଆୟୋଗ ଦ୍ୱାରା ଆୟୋଜନ କରାଯିବ। ଏଥିରେ ନୀତି ଆୟୋଗର ଉପାଧ୍ୟ୍ୟକ୍ଷ ରାଜୀବ କୁମାର ଏବଂ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ମଧ୍ୟ ଭାଗ ନେବେ। ଜଣେ ସରକାରୀ ଅଧିକାରୀ ନାମ ଗୋପନ ରଖି ପ୍ରଧାନମନ୍ତ୍ରୀ ଆସନ୍ତା ଶୁକ୍ରବାରକୁ ଆଗାମୀ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥନୀତିଜ୍ଞଙ୍କ ସହ ବୈଠକ କରିବେ ବୋଲି କହିଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମାନ ଅନୁସାରେ ଭାରତୀୟ ଅର୍ଥବ୍ୟବସ୍ଥା ଚଳିତ ବର୍ଷ ୭.୫ ପ୍ରତିଶତ ହ୍ରାସ ପାଇବ। କିନ୍ତୁ ଅନ୍ତଃ ରାଷ୍ଟ୍ରୀୟ ମୁଦ୍ରା କୋଷ ୧୦.୩ ପ୍ରତିଶତ ଏବଂ ବିଶ୍ୱ ବ୍ୟାଙ୍କ ୯.୬ ପ୍ରତିଶତ ଭାରତୀୟ ଅର୍ଥବ୍ୟବସ୍ଥାରେ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଥିଲେ। ବୈଠକରେ ଏହାର ଆଲୋଚନା କରାଯିବା। 

ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ୱର ତ୍ରୈମାସିକରେ ଆଶାଠାରୁ ଅଧିକ ବେଗରେ ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ଆସିଛି। ବିନିର୍ମାଣ କ୍ଷେତ୍ରରେ ଏହାର ହାର ଅଧିକ ରହିଛି। ତେବେ ୨୦୨୧ ମସିହା ଫେବୃଆରୀ ମସିହାରେ ଆଗାମୀ ବଜେଟ୍ ଆଗତ କରାଯିବ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.