କାନିମୋଝିଙ୍କ ଘରେ ଆୟକର ଚଢାଉ, ଡିଏମକେର ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | April 17, 2019 IST

ତାମିଲନାଡୁ ୧୭।୪: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ପରେ ବିଳମ୍ବିତ ରାତିରେ ଡିଏମକେ ନେତା କାନିମୋଝିଙ୍କ ଘରେ ଆୟକର ବିଭାଗର ଚଢାଉ । କାନିମୋଝିଙ୍କ ଥୋଥୁକୁଡିସ୍ଥିତ ବାସଭବନରେ ବିପୁଳ ପରିମାଣର ନଗଦ ଟଙ୍କା ଥିବା ଅଭିଯୋଗରେ ଆୟକର ବିଭାଗର ୧୦ ଜଣ ଅଧିକାରୀ ଚଢାଉ କରିଥିଲେ । ସେପଟେ ଚଢାଉକୁ ବିରୋଧ କରି ଶତାଧିକ ଡିଏମ୍ କେ ସମର୍ଥକ କାନିମୋଝୀଙ୍କ ବାସଭବନ ସମ୍ମୁଖରେ ଆୟକର ବିଭାଗ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଚଢାଉ ବେଳେ କାନିମୋଝୀଙ୍କ ଘରୁ କିଛି ମିଳିନଥିବା ସୂଚନା ମିଳିଛି । ଡିଏମ୍ କେ ନେତା ଏମ୍ .କେ ଷ୍ଟାଲିନ କହିଛନ୍ତି ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମୋଦିଙ୍କ ନିର୍ଦ୍ଦେଶରେ ଆୟକର ବିଭାଗ ଏଭଳି ଚଢାଉ କରିଛି । ସେହିଭଳି କାନିମୋଝୀ କହିଛନ୍ତି ବିଜେପି ଆୟକର ବିଭାଗ ଦ୍ବାରା ଚଢାଉ କରି ମୋ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିବାକୁ ଚାହୁଛି । ଏହା ଅଗଣତାନ୍ତ୍ରୀକ । ତାମିଲନାଡୁରେ ଏଥର ନିର୍ବାଚନରେ ବିପୁଳ କଳାଧନ ବ୍ୟବହାର ଅଭିଯୋଗରେ ନିର୍ବାଚନ କମିଶନ ଭେଲୋରହ ଲୋକସଭା ଆସନରେ ନିର୍ବାଚନ ରଦ୍ଦ ଘୋଷଣା କରିଛନ୍ତି । ସେଠାରେ ଭୋଟରଙ୍କୁ ପ୍ରଲୋଭନ ପାଇଁ ଆସିଥିବା ବିପୁଳ ଟଙ୍କା ଜବତ ହେବାପରେ ଏଭଳି ପଦକ୍ଷେପ ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.