ସୋମବାର ରାଜଧାନୀ ଦିଲ୍ଲୀରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ କରିବ ସେନା

Published By : Prameya-News7 Bureau | August 11, 2019 IST

ନୂଆଦିଲ୍ଲୀ : ପାଖେଇ ଆସୁଛି ସ୍ୱାଧୀନତା ଦିବସ । ଏଣୁ ଭାରତୀୟ ସେନାରେ  ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ଜାତୀୟ ଦିବସ ପ୍ରସ୍ତୁତି। ଏହିକ୍ରମରେ ସ୍ୱାଧୀନତା ଦିବସ ପୂର୍ବରୁ ରାଜଧାନୀରେ ସେନା ଏକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀର ଆୟୋଜନ କରିବାକୁ ଯାଉଛି। ଏହି ପ୍ରଦର୍ଶନୀ ସୋମବାର ଅଗଷ୍ଟ ୧୨ ତାରିଖ ଦିନ ଟାଗୋର ଗାର୍ଡନ ସ୍ଥିତ ପେସିଫିକ୍ ମଲରେ ଅନୁଷ୍ଠିତ ହେବ। ଯେଉଁଥିରେ ସେନା ଯୁଦ୍ଧକ୍ଷେତ୍ରରେ ବ୍ୟବହାର କରୁଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିବ।

{"id":143431}

ଅଧିକାରୀଙ୍କ କହିବା ମୁତାବକ ଏହି ପ୍ରଦର୍ଶନୀରେ ସେନା ଅସ୍ତ୍ରଶସ୍ତ୍ର ସମେତ ଗୋଳାବାରୁଦ ମଧ୍ୟ ପ୍ରଦର୍ଶିତ କରିବ। ଯେଉଁଥିରେ ବୋଫର୍ସ କମାଣ ସମେତ ଏକେ-୪୭, ନାଇଟ ଭିଜନ ଡିଭାଇସ୍, ଗ୍ରେନେଡ ଲଞ୍ଚର, ୧୩୦ ଏମଏମ ଗନ, ଅଣ୍ଡର ବ୍ୟାରଲ, ସଞ୍ଚାର ଉପକରଣ, ପଦାତିକ ସେନାର ବିଭିନ୍ନ ଅସ୍ତ୍ରଶସ୍ତ୍ର ସମେତ ଦୁରବିକ୍ଷଣ ଯନ୍ତ୍ର, କମାଣ୍ଡୋକିଟ୍ ଓ ସ୍ନାଇପର ସୁଟ୍ ଆଦିକୁ ଉପସ୍ଥାପିତ କରାଯିବ। ସୁରକ୍ଷା ଦୃଷ୍ଟିରୁ ପ୍ରଦର୍ଶନୀ ସ୍ଥଳରେ ସେନାର ପ୍ରାୟ ୨ଶହ ପ୍ରଶିକ୍ଷିତ ସୈନିକ ମୁତୟନ ରହିବେ।

{"id":143432}

ପ୍ରଦର୍ଶନୀରେ ଲୋକଙ୍କୁ ସେନା ଜବାନ, ଅଧିକାରୀ ଓ ବୈଷୟିକ ବିଦଙ୍କୁ ଭେଟିବା ଓ ସେମାନଙ୍କ ସହ ଆଲୋଚନା କରିବାର ମଧ୍ୟ ସୁଯୋଗ ମିଳିବ। ଏହି ଅବସରରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ଆର୍ମି ଜାଜ୍ ଓ ପାଇପ୍ ବ୍ୟାଣ୍ଡ ଅଂଶଗ୍ରହଣ କରି ଲୋକଙ୍କ ମନୋରଞ୍ଜନ କରିବେ। ତେବେ ରାଜଧାନୀ ଦିଲ୍ଲୀରେ ସେନାରେ ଏଭଳି କାର୍ଯ୍ୟକ୍ରମ କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଜାତୀୟ ଦିବସ ପାଳନ ପୂର୍ବରୁ ରାଜଧାନୀରେ ଏଭଳି ସାମରିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.