ପୃଥକ ପୃଥକ ସ୍ଥାନରେ ମହୁମାଛି ଆକ୍ରମଣ : ୨ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 29, 2020 IST

ପାଟଣା ୨୯।୧୦: ମହୁମାଛି ଆକ୍ରମଣରେ ୨ଜଣ ଗୁରୁତର । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ଥାନା ପିପିଳିଆ ଓ ରସପଡ଼ା ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, କେନ୍ଦୁଝରର ୨ଟି ପୃଥକ ପୃଥକ ସ୍ଥାନରେ ମହୁମାଛି ଆକ୍ରମଣ ହୋଇଛି । ପାଟଣା ଥାନା ପିପିଳିଆ ଓ ରସପଡା ଗାଁରେ  ମହୁମାଛି ଆକ୍ରମଣରେ ଦୁଇ ଜଣ ବୃଦ୍ଧ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁଇ ଗୁରୁତର ହେଲେ  ପିପିଳିଆ ଗାଁର  ଈଶ୍ୱର ଚନ୍ଦ୍ର ମହାନ୍ତ  ଓ ରସପଡା ଗାଁର ଶାନ୍ତନୁ ମହାକୁଡ଼।  

ଶାନ୍ତନୁ ବଳଦ ଚରାଉ ଥିବା ସମୟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ,  ସେହିପରି ପିପିଳିଆ ଗ୍ରାମର ଈଶ୍ୱର ଚନ୍ଦ୍ର ମହାନ୍ତ ଘର ପଛ ପଟରେ ଥିବା କାଜୁ ଜଙ୍ଗଲରେ ବୁଲୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲେ । ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ପାଟଣା ମେଡିକାଲରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.