ତେନ୍ତୁଳି ଗଛରେ ଚଢିଗଲା ଭାଲୁ… ଦେଖିବାକୁ ଲୋକଙ୍କ ଭିଡ, ଜଗି ରହିଛି ବନ ବିଭାଗ
22/01/2021 at 11:27 AM

ନବରଙ୍ଗପୁର ୨୨।୧: ତେନ୍ତୁଳି ଗଛ ଉପରେ ଭାଲୁ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆଉଁଳି ଗାଁ ନୂଆ ସାହି ତେନ୍ତୁଳି ଗଛରେ ଭାଲୁ ଚଢିକି ବସିଥିବା ଦେଖିବାକୁ ମିଳିଛି । ଶୁକ୍ରବାରଭୋରରୁ ତେନ୍ତୁଳି ଗଛ ମୂଳରେ ଭାଲୁ ଥିବା ଗାଁ ଲୋକ ଦେଖିଥିଲେ, ଏହାପରେ ଭାଲୁକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ଼ ଜମିଥିଲା ।
ସକାଳ ହେବାରୁ ଭାଲୁ କେଉଁ ଆଡେ ଯାଇନପାରି ତେନ୍ତୁଳି ଗଛର ୩୦ ଫୁଟ ଉପରେ ତିନି ଚାରୋଟି ପତଳା ଡାଳକୁ ଧରି ରହିଛି । ବୋରିଗୁମ୍ମା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାଇକ୍ ଯୋଗେ ଲୋକଙ୍କୁ ସ୍ଥାନ ଛାଡି ଚାଲିଯିବାକୁ ଅନୁରୋଧ କରିଛନ୍ତି । ଭାଲୁ ଚଢିଥିବା ତେନ୍ତୁଳି ଗଛ ତଳେ ଘରଗୁଡିକ ଥିବାରୁ ବିପଦ ଲାଗି ରହିଛି ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021