Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ଏପ୍ରିଲ ୧ ତାରିଖରୁ ବଢ଼ିଯିବ ବିୟର ମୂଲ୍ୟ

9/02/2019 at 4:58 PM

ବାଙ୍ଗାଲୁରୁ ୯/୨ : ବିୟର ପିଉଥିବା ଲୋକଙ୍କୁ ଏବେ ନିଜ ପକେଟ ଢିଲା କରିବାକୁ ପଡିବ | ବିୟର ତଥା ଅଳ୍ପ ପରିମାଣ ର ଆଲକହଲ ଥିବା ପାନୀୟର ମୂଲ୍ୟ ଆସନ୍ତା ଏପ୍ରିଲ ୧ ତାରିଖରୁ ବଢିପାରେ | କାରଣ ଏହି ପାନୀୟ ଉପରେ ଅତିରିକ୍ତ ଉତ୍ପାଦନ ଶୁଳ୍କ ବଢାଇବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି | ଶୁକ୍ରବାର ଦିନ ବଜେଟ ଉପସ୍ଥାପନା କରିବାବେଳେ କୁମାରସ୍ବାମୀ ସରକାର ଅତିରିକ୍ତ ଅବକାରୀ ଡ୍ୟୁଟିରେ ୨୫ ପ୍ରତିଶତ ବୃଦ୍ଧି ଏବଂ ବିୟର ଉପରେ ୩୫ ପ୍ରତିଶତ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ | ଏହାକୁ ନଜରରେ ରଖି ଅନ୍ୟ ରାଜ୍ୟମାନେ ମଧ୍ୟ ବିୟର ଦାମ ବୃଦ୍ଧିନେଇ ଚିନ୍ତା କରୁଛନ୍ତି ।


ବର୍ତମାନ କର୍ଣ୍ଣାଟକରେ ବିୟର ୧୫୦ ଏବଂ ୧୧୫ ପ୍ରତିଶତ ଅତିରିକ୍ତ ଅବକାରୀ ଡ୍ୟୁଟି ଲାଗୁଚି | ଏହା ଆସନ୍ତା ଏପ୍ରିଲ ମାସରୁ ୧୭୫ ଏବଂ ୧୫୦ ପ୍ରତିଶତ ହୋଇଯିବ | ରାଜସ୍ବ ଆଦାୟ ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ବିୟର ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକ ଉପରେ ଶୁଳ୍କ ମଧ୍ୟ ଦୁଇ ଗୁଣ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି | ଏହାପରେ କମ୍ପାନୀଗୁଡିକୁ ଏକ ବଲ୍କ ଲିଟର ଉପରେ ୫ ଟଙ୍କା ବଦଳରେ ୧୦ ଟଙ୍କା ଅବକାରୀ ଶୁଳ୍କ ଦେବାକୁ ହେବ | ଏହା ସହ ଅତିରିକ୍ତ ଅବକାରୀ ଶୁଳ୍କ ୧୨୩.୫ ଟଙ୍କା ବଦଳରେ ୨୫ ଟଙ୍କା କରାଯାଇଛି |


ବଜେଟ ଉପସ୍ଥାପନା ବେଳେ କୁମାରସ୍ବାମୀ କହିଥିଲେ ଯେ, ପ୍ରସ୍ତାବିତ ଅବକାରୀ ଶୁଳ୍କ ଏବଂ ଅତିରିକ୍ତ ଅବକାରୀ ଶୁଳ୍କ ବୃଦ୍ଧି ଯୋଗୁଁ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ସରକାର ୨୦,୯୫୦ କୋଟି ଟଙ୍କା ରାଜସ୍ବ ଆଦାୟ କରିବେ | ୨୦୧୮-୧୯ ଆର୍ଥିକ ବର୍ଷରେ ଅବକାରୀ ବିଭାଗ ତରଫରୁ ୧୯୭୫୦ କୋଟି ଟଙ୍କା ଆୟ ହେବ ବୋଲି ଅନୁମାନ କରାଯାଇଥିଲା |


ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଗତକାଲି ବିଧାନସଭାରେ ବଜେଟ ଉପସ୍ଥାପନା କରିଥିଲେ | ବଜେଟ ଉପସ୍ଥାପନା ବେଳେ ବିଧାନସଭାରେ ହଂଗାମା ହୋଇଥିଲା | ବିଜେପି ବିଧାନସଭାରେ କୁମାରସ୍ବାମୀଙ୍କ ବିରୋଧ ନାରାବାଜି କରିଥିଲା | ବଜେଟ ଉପସ୍ଥାନ ବେଳେ କୁମାରସ୍ବାମୀ ଅନେକ ଘୋଷଣା କରିଥିଲେ | ବଜେଟ ଉପସ୍ଥାପନା ବେଳେ କୁମାରସ୍ବାମୀ କହିଥିଲେ ଯେ, ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୫୪୫୦ କୋଟି ଟଙ୍କାର କୃଷକଙ୍କ କୃଷି ଋଣ ଛଡା କରି ସାରିଛନ୍ତି | ସେ ଆହୁରି କହିଥିଲେ ଯେ, କେନ୍ଦ୍ରରେ ଆୟୁଷ୍ମାନ ଭାରତ ଯୋଜନାକୁ ଆରୋଗ୍ୟ କର୍ଣ୍ଣାଟକ ସହ ଯୋଡ଼ା ଯିବା ଏବଂ ଏହାର ନାଁ ହେବ “ଆୟୁଷ୍ମାନ କର୍ଣ୍ଣାଟକ” |

   Related Posts