Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ମଲ୍‌ରେ ମଦ ଦୋକାନ? ସରକାରଙ୍କ ମଦନୀତି ଉପରେ ବଡ ପ୍ରଶ୍ନବାଚୀ

28/09/2019 at 7:31 PM

ଭୁବନେଶ୍ୱର ୨୮।୦୯- ଭୁବନେଶ୍ବରେ ଡାନ୍ସ ବାର ଖୋଲିବାକୁ ନେଇ ବିବାଦ ଧମିନି । ଆଉ ଏତିକି ବେଳେ ପୂର୍ବତନ ଅବକାରୀ ସଚିବଙ୍କ ସତ୍ୟପାଠ ସରକାରଙ୍କ ମଦ ନୀତି ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ମଲ୍‌ରେ ମଦଦୋକାନ ଖୋଲିବା ନେଇ ହାଇକୋର୍ଟରେ ଦାୟର ଏକ ସତ୍ୟପାଠ ସରକାରଙ୍କୁ କାଠଗଡାରେ ଛିଡା କରାଇଛି । ସତରେ କଣ ରାଜ୍ୟ ସରକାର ରାଜ୍ୟବାସୀଙ୍କ ବୃହତର ସ୍ୱାର୍ଥରେ ମଦକୁ ନିଷେଧ କରିବେ ନା ରାଜସ୍ୱ ଲୋଭରେ ଏହି କଳା ବ୍ୟାପାରକୁ ପ୍ରୋତ୍ସାହିତ କରିବେ । ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସରକାରଙ୍କ ମଦନୀତି ଉପରେ ବଡ ପ୍ରଶ୍ନବାଚୀ  । ଦିଲ୍ଲୀ ଓ ଗୁରୁଗାଁଓ ଭଳି ରାଜ୍ୟରେ ସପିଂ ମଲରେ ମଦ ଦୋକାନ ଖୋଲାଯିବା ଉଚିତ୍ ନା ନାହିଁ । ମଲ୍‌ରେ ମଦ ଦୋକାନ ଖୋଲିଲେ କଣ କୁ ପ୍ରଭାବ ପଡିବ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ଏ ସଂପର୍କିତ ଏକ ସତ୍ୟପାଠ ସରକାରଙ୍କ ମଦନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୮ରେ ସପିଂ ମଲ୍‌ରେ ପ୍ରିମିୟମ୍ ମଦ ଦୋକାନ ଖୋଲାଯିବା ନେଇ ହାଇକୋର୍ଟରେ ଏକ ପିଟିସନ୍ ଉପରେ ତତ୍କାଳୀନ ଅବକାରୀ ସଚିବ ହାଇକୋର୍ଟରେ ସତ୍ୟପାଠ କରିଥିଲେ ।

ରାଜ୍ୟ ସରକାରଙ୍କ ପୂର୍ବତନ ଅବକାରୀ ସଚିବ ନିକୁଞ୍ଜ ଧଳ କରିଥିବା ସତ୍ୟପାଠ ଅନୁଯାୟୀ  ଆମ ରାଜ୍ୟର ସାଂସ୍କୃତିକ ବିଶ୍ୱାସ ଓ ଆମର ଭାବାବେଗ ସମ୍ପୂର୍ଣ୍ଣ ଭିନ୍ନ। ରାଜ୍ୟର କୌଣସି ସପିଂ ମଲ୍‌ରେ ଏଭଳି ମଦ ଦୋକାନ ଖୋଲିବା ପାଇଁ ସରକାର ଲାଇସେନ୍ସ ଦେଇ ନାହାନ୍ତି। ତେଣୁ ୨୦୧୮-୧୯ ଅବକାରୀ ନୀତିରେ ହୁଏତ ଏହାର ପୁନର୍ବିଚାର କରାଯିବ ବୋଲି ସତ୍ୟପାଠରେ ଦର୍ଶାଇଥିଲେ । ଏହା ସହ ଦର୍ଶାଯାଇଥିଲା ଯେ ମଦ ବିକି ରାଜସ୍ୱ କମାଇବା କୌଣସି ଜନକଲ୍ୟାଣକାରୀ ରାଜ୍ୟର ନୀତିର ଲକ୍ଷ୍ୟ କଦାପି ହେବା ଉଚିତ୍ ନୁହେଁ । ତେବେ ତତ୍କାଳୀନ ଅବକାରୀ ସଚିବଙ୍କ ଏହି ସତ୍ୟାପାଠ ଓ ଏବେ ସରକାରଙ୍କ ମଦନୀତି ମଧ୍ୟରେ ଆକାଶ ପାତାଳ ଫରକ । କାରଣ ସରକାର ରାଜ୍ୟରେ ମଦର ପ୍ରସାର କରି ରାଜସ୍ୱ ବଢାଇବା ଲକ୍ଷ୍ୟରେ । ଆଉ ଏପେଟେ ଏହି ସତ୍ୟପାଠ ଭିନ୍ନ କଥା କହୁଛି ।

ସେହିଭଳି ବିଧାନସଭାରେ ଅବକାରୀ ଷ୍ଟାଣ୍ଡିଂ କମିଟିର ମୁଖ୍ୟ ବିଜେଡି ବିଧାୟକ ସୁବ୍ରତ ତରାଇ ମତ ଦେଇଥିଲେ ଅବକାରୀ ବିଭାଗ ଅଧିକ ଅପ୍ ଲିକର୍ ସପ୍ ଖୋଲି ଅଧିକ ରାଜସ୍ୱ କମାଇବା ଓ ଚୋରା ମଦ କାରବାର ରୋକିବା ଦିଗରେ ପଦକ୍ଷେପ ନେଉଛନ୍ତି । ଅର୍ଥାତ୍ ସରକାର ମଦ ବ୍ୟବସାୟକୁ ପ୍ରତ୍ସୋହିତ କରିବା ଅଭିସନ୍ଧି ରଖିଛନ୍ତି । ଯାହା ସେତେବେଳେ ବିବାଦ ଘେରକୁ ଆସିଥିଲା । ଆଉ ନିକଟରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ  ଦ୍ୱାହି ଦେଇ ଭୁବନେଶ୍ବରରେ ଡାନ୍ସ ବାର ଖୋଲିବାକୁ ଯୁକ୍ତି ସଙ୍ଗତ ବି ଦର୍ଶାଇଛନ୍ତି । ତେଣୁ କେଉଁଠି ନା କେଉଁଠି ମଦକୁ ନେଇ ସରକାର ନରମ ମନୋଭାବ ପୋଷ କରୁଛନ୍ତି ବୋଲି ଅଭିଯୋଗ ହେଉଛି।

(ଅକ୍ଟୋବର ୨ ତାରିଖ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ନ ଦିବସରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ୍ ବନ୍ଦ କରିବାକୁ କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଗାନ୍ଧୀ ବିଚାରଧାରର ପରିପନ୍ଥୀ ମଦକୁ ମଧ୍ୟ ଏହି ଦିନରୁ ବନ୍ଦ କରିବାକୁ ବିଭିନ୍ନ ମହଲରେ ଦାବି ହୋଇ ଆସୁଛି ।

   Related Posts