ଭାଲୁର ମୃତଦେହ ଉଦ୍ଧାର, ପିଟିପିଟି ମାରି ଦେଇଥିବା ସନ୍ଦେହ

Published By : Prameya-News7 Bureau | February 23, 2021 IST

ନୀଳଗିରି,୨୩/୨ ବାଲେଶ୍ଵର ଜିଲ୍ଲା ନୀଳଗିରି ବନବିଭାଗ ଅଧିନ ଗୁଜୁଡ଼ିହା ଅଂଚଳରେ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। ବିଲ ମଝିରେ ଭାଲୁର ମୃତଦେହ ପଡିଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ।

ନୀଳଗିରି ରେଞ୍ଜର ମନ୍ବର ଖାଁ ପହଂଚି ତଦନ୍ତ କରିବା ସହ ପ୍ରାଣୀ ଚିକିତ୍ସକଙ୍କୁ ଡକାଇ ଶଵଟିର ପୋଷ୍ଟମର୍ଟମ କରିଛନ୍ତି।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି।

ତେବେ ଭାଲୁଟିକୁ କେହି ପିଟିପିଟି ମାରିଦେଇଥିବା ଅନୁମାନ କରାଯାଉଛି। ମଙ୍ଗଳବାର କୂଳଡିହାରେ ଏକ ହାତୀର ମୃତ ଦେହ ଉଦ୍ଧାର ହେବା ପୁଣି ଭାଲୁ ମରିବା ଘଟଣା ନେଇ ବନ ବିଭାଗ ଚିନ୍ତାରେ ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.