ନାଳ ପାଣିରେ ତିଆରି ହେଉଛି ବିଅର, ସାଧାରଣ ଲୋକେ ସତ ମାନିବାକୁ ନାରାଜ୍, ବଜାରକୁ ଆସିବାର ଗୋଟିଏ ଘଣ୍ଟାରେ ହେଲା ଆଉଟ ଅଫ୍ ଷ୍ଟକ୍

Published By : Prameya-News7 Bureau | November 28, 2019 IST

ନୂଆଦିଲ୍ଲୀ୨୮/୧୧:  ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନାଳର ଅପରିଷ୍କାର ପାଣିକୁ ରିସାଇକଲିଂ  କରି ସେଥିରୁ ବିଅର  ତିଆରି ହେଉଥିବା କଥା ସାମ୍ନାକୁ ଆସିଛି। ସ୍ବିଡେନ୍‌ର ପ୍ରସିଦ୍ଧ ବିଅର କମ୍ପାନୀ କାଲସ୍‌ବେର୍ଗ( Carlsberg), ନ୍ୟୁ କାର୍ନେଗୀ ବ୍ରୁଆରି ( New Carnegie Brewery) ଏଭଳି ତିଆରି କରୁଛି।  ଆଇଭିଏଲ ସ୍ବିଡେଶ୍‌ ପରିବେଶ ଗବେଷଣାଗାର ସଂସ୍ଥା (IVL Swedish Environmental Research Institute) ନାଳ ପାଣିକୁ ରିସାଇକଲଡ୍‌ କରି କମ୍ପାନୀକୁ ପଠାଇଥାଏ।

ରିସାଇକିଲିଂ ପାଣିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଭ୍ରାନ୍ତ ଧାରଣ ରହିଛି। ଲୋକମାନଙ୍କ ମନରେ ଥିବା ଭ୍ରାନ୍ତ ଧାରଣ ଦୂର କରିବା ଲାଗି ସ୍ବିଡେନର ଏକ୍ସପର୍ଟମାନେ ଏଭଳି ନିଷତ୍ତି ନେଇଛନ୍ତି।ଏହି ନାଳ ପାଣିରୁ ପୁ: ରେଷ୍ଟ( PU: REST) ନାମକ ଏହି ବିଅର ତିଆରି ହେଉଛି। ଯାହାର ଡିମାଣ୍ଡ ବଜାରରେ ସବୁଠୁ ଅଧିକ ରହିଛି।

ନାଳ ପାଣିକୁ ପରିଷ୍କାର କରିବା ଲାଗି ସ୍ବିଡେନର ଏକ୍ସପର୍ଟମାନେ ବିଭିନ୍ନ  ପ୍ରକ୍ରିୟା ଅବଲମ୍ବନ କରିଥାଆନ୍ତି।   ନାଳ ପାଣିକୁ ପରିଷ୍କାର କରିବା ପାଇଁ ଆରଓ (Reverse Osmosis)ର ବ୍ୟବହାର ମଧ୍ୟ ହୋଇଥାଏ।  ଏହି ପାଣିକୁ ପରୀକ୍ଷା କରିବା ପାଇଁ ଲମ୍ବା ପ୍ରକ୍ରିୟା ରହିଛି। ପାଣି ପରିଷ୍କାର ହେବା ପରେ ବିଅର କମ୍ପାନୀ ପଠାଇ ଦିଆଯାଇଥାଏ। ଏହି ନାଳ ପାଣିକୁ ରିସାଇକଲିଂ କରି ସେଥିରୁ ହଟ୍‌ ବିଅର ତିଆରି ହୋଇଥାଏ।

ଆଭିଏଲର ଏକ୍ସପର୍ଟ ରୂପାଲି ଦେଶମୁଖଙ୍କ କହିବା ଅନୁସାରେ ନାଳ ପାଣିରୁ ତିଆରି ହେଉଥିବା ବିଅର ପୂରା ପରିଷ୍କାର। ହେଲେ ଏସବୁ ଭିତରେ ଗୋଟିଏ ସାଇକୋଲୋଜିକାଲ ଅସୁବିଧା ରହିଛି। ତାହା ହେଉଛି ଏହି ବିଅର ନାଳ ପାଣି​‌ରେ ତିଆରି ହେଉଥିବା କଥା ଲୋକେ ଗ୍ରହଣ କରିବାକୁ ନାରାଜ୍। ରୂପାଲି ଦେଶମୁଖ ଆହୁରି ମଧ୍ୟ କହିଛନ୍ତି ଯେ ବିଅର ବିକ୍ରି କରିବା ଆଇଭିଏଲର କାମ ନୁହେଁ। ତେବେ ନାଳ ପାଣିକୁ ରିସାଇକଲ କରି ଅନ୍ୟ କାର୍ଯ୍ୟରେ ବ୍ୟବହାର ହୋଇ ପାରିବ। ଏହା ଆଇଭିଏଲର ମୂଳ ଉଦ୍ଦେଶ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.