Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଶକ୍ତିଶାଳୀ ଦେଶର ଶକ୍ତିମାନ ରାଷ୍ଟ୍ରପତି ଦେଇଛନ୍ତି ନୂଆ ଅଫର, ଯିଏ ଟିକା ନେବ ତାକୁ ଜୋ ବାଇଡେନ୍ ଟିମ୍ ଦେବ ମାଗଣା ‘ବିଅର’

3/06/2021 at 11:36 AM

ନ୍ୟୁୟର୍କ ୦୩/୦୬;  ସାରା ବିଶ୍ୱରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ଏବେବି ପ୍ରତିଦିନ ହଜାର ହଜାର ଲୋକ କରୋନା ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି । ତେବେ ଲୋକେ ଭାକସିନ୍ ନେବାକୁ ଅମଙ୍ଗ ହେଉଛନ୍ତି । ଅଜଣା ଭୟ ଓ ଆଶଙ୍କା ମଧ୍ୟରେ ରହୁଛନ୍ତି । ଆମେରିକାରେ ମଧ୍ୟ ଏପରି ପରିସ୍ଥିତି ଉପୁଜିଛି । ହ୍ୱାଇଟ୍ ହାଉସ୍ ପକ୍ଷରୁ ଲୋକଙ୍କୁ ଟିକାକରଣରେ ଅଧିକରୁ ଅଧିକ ସାମିଲ କରିବା ପାଇଁ ଏକ ଅଭିନବ ଘୋଷଣା କରାଯାଇଛି । ଟିକା ନେଇଥିବା ବ୍ୟକ୍ତିଙ୍କୁ ମାଗଣାରେ ବିଅର ମିଳିବ ବୋଲି ହ୍ୱାଇଟ୍ ହାଉସ କହିଛି ।ହ୍ୱାଇଟ୍ ହାଉସ ଓ ଆନହେସର୍ ବସ୍ଚ ପକ୍ଷରୁ ମିଳିତ ଭାବେ ଏହି ଅଫର୍ ଆରମ୍ଭ କରାଯାଇଛି ।

ରାଷ୍ଟ୍ରପତି ଜୋ ବାଇଡେନ୍ ଘୋଷଣା କରିଛନ୍ତି ଯେ, ଏହା ହେଉଛି ମନ୍ଥ ଅଫ୍ ଆକ୍ସନ । ଏହାର ଲକ୍ଷ୍ୟ ହେଉଛି ଯେ, ଜୁଲାଇ ୪ ତାରିଖ ପୂର୍ବରୁ ଅଧିକରୁ ଅଧିକ  ନାଗରିକଙ୍କୁ ଟିକା ଦିଆଯିବ । ଆମେରିକାର ଜାତୀୟ ଦିବସ ପୂର୍ବରୁ ଦେଶର ୭୦ ପ୍ରତିଶତ ନାଗରିକଙ୍କୁ ଟିକା ଦେବା ପାଇଁ ବାଇଡେନ୍ ପ୍ରଶାସନ ଲକ୍ଷ୍ୟ ରଖିଛି ।

ଏବେସୁଦ୍ଧା ଆମେରିକାରେ ୬୨.୮ ପ୍ରତିଶତ ବୟସ୍କ ବ୍ୟକ୍ତିଙ୍କୁ ଅତ କମରେ ପ୍ରଥମ ଡୋଜ୍ ମିଳି ସାରିଛି । ୧୩.୩୬ କୋଟି ଲୋକ ଉଭୟ ଡୋଜ୍ ନେଇ ସାରିଛନ୍ତି । ଏବେ କିନ୍ତୁ ଆମେରିକାରେ ଟିକାକରଣ ଧିମେଇ ଯାଇଛି । ଏହାପୂର୍ବରୁ ଟିକା ନେଲେ ଲଟେରୀ ଭଳି ଯୋଜନା ଆରମ୍ଭ ହୋଇଥିଲା । ଫଳରେ କିଛି ଦିନ ଯାଏଁ ଦୌନିକ ୮ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଥିଲା । ଏବେ ଏହା ୬ ଲକ୍ଷକୁ ଖସି ଆସିଛି ।

ଏହାମଧ୍ୟରେ ଆନହେସର କମ୍ପାନୀ ଘୋଷଣା କରିଛି ଯେ, ବାଇଡେନଙ୍କ ୭୦ ପ୍ରତିଶତ ନାଗରିକଙ୍କୁ ଟିକା ଦେବା ଲକ୍ଷ୍ୟ ପୂରଣ ହେବା ପରେ ୨୧ ବା ତଦୁର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ମାଗଣା ବିଅର ପ୍ରଦାନ କରାଯିବ ।

   Related Posts