Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବିଅର ବୋତଲରେ ଆକ୍ରମଣ, ଜଣେ ମୃତ, ଜଣେ ଆହତ

18/09/2020 at 8:07 PM

ବଲାଙ୍ଗିର ୧୮।୦୯: କଳିରୁ ହତ୍ୟା କାଣ୍ଡ। ବିଅର ବୋତଲରେ ଆକ୍ରମଣ ଯୋଗୁଁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି କେଶବ କୁମ୍ଭାର ଏବଂ ଆହତ  ହେଉଛନ୍ତି ତୁଷାର କୁମ୍ଭାର। ଏହି ଘଟଣା ବଲାଙ୍ଗିର ଟାଉନ୍ ଥାନା ଅନ୍ତର୍ଗତ ପାଲି କଲ୍ୟାଣ ମଣ୍ଡପ ନିକଟରେ ଘଟିଛି।

ଘଟଣାରେ ସଂପୃକ୍ତ ବେହେରା ପାଲିର ମଞ୍ଜିତ୍ କୁମ୍ଭାର ଓ ରାଜେନ୍ଦ୍ର ବିଭାରକୁ ପୋଲିସର ଅଟକ ରଖି ପଚରାଉଚୁରା କରିଛି। ଗତ ୩ ଦିନ ତଳେ ବୁର୍ଲାର ଦୁଇ ଭାଇ କେଶବ ଓ ତୁଷାର ବେହେରା ପାଲିରେ ରହୁଥିବା ନିଜ କକା ଘରକୁ ବୁଲି ଆସିଥିଲେ। ଗତକାଲି ସନ୍ଧ୍ୟାରେ ବେହେରା ପାଲିର କିଛି ଯୁବକଙ୍କ ସହ ଝଗଡା ହୋଇଥିଲା। ଏଥିରେ ଯୁବକ ବିଅର ବୋତଲରେ ଦୁଇ ଭାଇଙ୍କ ଉପରେ ଆକ୍ରମଣ କରିଥିଲେ।

   Related Posts