ଜଙ୍ଗଲ ଭିତରେ ଗୋଡାଇ ଗୋଡାଇ ଆକ୍ରମଣ କଲେ ଭାଲୁ: ୨ ମୃତ, ଜଣେ ଗୁରୁତର
14/06/2020 at 6:54 PM

ସମ୍ବଲପୁର, ୧୪|୦୬ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବଣିଆବନ୍ଧ ଜଙ୍ଗଲରେ ୨ଜଣ ଯୁବକ ଭାଲୁ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଉଭୟଙ୍କୁ ଭାଲୁମାନେ ଜଙ୍ଗଲରେ ଗୋଡାଇ ଗୋଡାଇ ଆକ୍ରମଣ କରି ମାରି ପକାଇଛି ।
ସୂଚନାନୁସାରେ, ରବିବାର ବଣିଆବନ୍ଧ ଜଙ୍ଗଲକୁ ୩ଜଣ ବ୍ୟକ୍ତି ମହୁ ସଂଗ୍ରହ କରିବାକୁ ଯାଇଥିଲେ । ମହୁ ସଂଗ୍ରହ ବେଳେ ଭାଲୁ ସମସ୍ତଙ୍କୁ ଆକ୍ରମଣ କରିଥିଲା । ଏପରିକି ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏଥିରେ ଚେରୁ ମୁଣ୍ଡା ଓ କୃଷ୍ଣ ଚନ୍ଦ୍ର ମୁଣ୍ଡାନାମକ ୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତେବେ ଚେରୁଙ୍କ ମୃତଦେହକୁ ଭାଲୁମାନେ ଟାଣିଟାଣି ଜଙ୍ଗଲ ମଧ୍ୟକୁ ନେଇଯାଇଛନ୍ତି । ତାଙ୍କ ମୃତଦେହ ଉଦ୍ଧାର ପାଇଁ ବନ ବିଭାଗ କର୍ନଚାରୀଙ୍କ ଉଦ୍ୟମ ଜାରି ରହିଛି ।