Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

13/09/2020 at 10:17 AM

ରାଇରଙ୍ଗପୁର ୧୩।୦୯: ଭାଲୁ ଆକ୍ରମଣରେ ଯୁବକ ଗୁରୁତର। ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ଯୁବକଙ୍କ ନାମ ସାମଲ ମୁଣ୍ଡା ବୋଲି ଜଣାପଡିଛି । ରାଇରଙ୍ଗପୁର ବିଶୋଇ ରେଞ୍ଜ କୁଞ୍ଜଲଡିହା ଗାଁରେ ଘଟିଛି ଘଟଣା ।

ସାମଲ  ଆଜି ସକାଳ ସମୟରେ ଶୌଚ ହେବା ପାଇଁ ଯାଇଥିବା ବେଲେ ହଠାତ୍‌ ଭାଲୁ ଆକ୍ରମଣର ଶିକାର ହୋଇଥିଲା । ମା ଭାଲୁ ସହିତ ୪ଟି ଶାବକ ଆକ୍ରମଣ କରିଛନ୍ତି । କିନ୍ତୁ କୌଣସି ପ୍ରକାରରେ ଜୀବନ ବଞ୍ଚାଇ ସେଠାରୁ ଖସିଆଲିଥିଲେ । ପରେ ଗୂରୁତର ଆହତ ଅବସ୍ଥାରେ ରାଇରଙ୍ଗପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକଙ୍କ ନାମ ସାମଲ ମୁଣ୍ଡା । ସାମଲଙ୍କ  ଘର ରୋଜା ମୁଣ୍ଡା ହୋଇଥିବା ବେଳେ କୁଞ୍ଜଲ ଡିହାରେ ନିଜ ମାମୁଁ ଘରେ ରହିଆସୁଥିଲେ ।

   Related Posts